The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନରେ ବାଧା; ଟିକେଟ ନମିଳିବାରୁ ଫେରୁଛନ୍ତି ପର୍ଯ୍ୟଟକ

Facebook
Twitter
LinkedIn

କୋଣାର୍କ: ଓଡ଼ିଶା ପର୍ଯ୍ୟଟନର ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ବହୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବା ବେଳେ, ସେଠାରୁ ସୂର୍ଯ୍ୟମନ୍ଦିରକୁ ଦେଖିବାରୁ ବଞ୍ଚିତ ହୋଇ ଫେରିବାର ଦେଖିବାକୁ ମିଳିଛି । ଟିକେଟ କାଉଣ୍ଟରରୁ ଟିକେଟ ନ ମିଳିପାରିବା ହେତୁୁ କାଉଁଣ୍ଟର ଅଗରେ ପ୍ରବଳ ଭିଡ଼ ଲାଗୁଛି । ତେବେ ମନ୍ଦିର ବାହାରେ ଏପରି ଭିଡ଼ ଲାଗିଥିଲେ ମଧ୍ୟ ଭିତରକୁ ଯାଇ ବୁଲିବା ଓ ଦେଖିବା ସୁଯୋଗ ମିଳିପାରୁ ନଥିବାରୁ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗକୁ ଆଉ ମାତ୍ର ଦୁଇ ଦିନ ପରେ ନୂଆ ବର୍ଷ ଥିବାରୁ ଆହୁରି ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ । ଏନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥା ଶିଘ୍ର ବ୍ୟାପକ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି ।

ଏବେ କରୋନା କଟକଣା ଯୋଗୁଁ ପ୍ରଶାସନିକ ସ୍ତରରେ ସେତେଟା ଗୁରୁତ୍ବ ଦିଆଯାଉ ନଥିବା ବେଳେ କୋଣାର୍କ ସୂର‌୍ୟ୍ୟ ମନ୍ଦିରରେ ମଧ୍ୟ କରୋନା କଟକଣା ସେତେଟା ପ୍ରଭାବ ପକାଇ ପାରିନଥିବା ଦେଖିବାକୁ ମିଳିଛି । କରୋନା କଟକଣା ଉପରେ ଗୁରୁତ୍ବ ଦିଆଯିବାକୁ ଦାବି କରାଯାଉଥିବା ବେଳେ ପୁଣି ଓମିକ୍ରନ୍ କୁ ନେଇ ଭୟ ଦେଖାଦେଇଛି । ପର‌୍ୟ୍ୟଟକମାନେ ହଜାର ହଜାର ସଂଖ୍ୟାରେ ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର‌୍ୟ୍ୟ ମନ୍ଦିରକୁ ବୁଲିବାକୁ ଯାଉଥିବା ବେଳେ ସାମାଜିକ ଦୂରତା, ମାକ୍ସ, ସାନାଟାଇଜ୍ ଉପରେ ଗୁରୁତ୍ବ ଦିଆଯାଉନାହିଁ । ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ପର‌୍ୟ୍ୟଟକ କୋଣାର୍କ ସୂର‌୍ୟ୍ୟ ମନ୍ଦିର ବୁଲିବାକୁ ଆସୁଥିବା ବେଳେ ଓମିକ୍ରନ ଭଳି ଭାଇରସ୍ କୁ ନେଇ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଉ ୨ ଦିନ ପରେ ନୂଆ ବର୍ଷ ଆସୁଥିବାରୁ ଅଧିକ ମାତ୍ରାରେ ପର‌୍ୟ୍ୟଟକ ଆସିବାକୁ ନେଇ ପ୍ରଶାସନିକ ସ୍ତରରେ ଗୁରୁତ୍ବ ଦେବା ଲାଗି ଦାବି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

ADVERTISEMENT
ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାରଙ୍କ ବଡ ବୟାନ । ଆଜି ଶୁଣାଣିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ...

Login