ନୂଆପଡା : ଭୋଟ ଦେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ମୋଙ୍ଗରାପାଲି ୬୬ ନଂ ବୁଥରେ ଭୋଟ ଦେଲେ ଜୟ ଢୋଲକିଆ । ପତ୍ନୀ ଓ ମାଆଙ୍କ ସହ ଆସି ଭୋଟ ଦେଲେ ଜୟ ଢୋଲକିଆ । ସେହିପରି ବୁଥ୍ ବୁଲିଲେ ସ୍ନେହାଙ୍ଗିନୀ । ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ବୁଲିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।
ନୂଆପଡ଼ା ଉପନିର୍ବାଚନ ପାଇଁ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ୍ ହୋଇଛି । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ୩୧୧ଟି ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ୟ୍ୟନ୍ତ ମତଦାନ ହେଉଛି। ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ଚାଲିବ ଭୋଟିଂ ।
Views: 73











