The Ultimate Managed Hosting Platform
ADVERTISEMENT

Novak has made a fatal complaint against Australia : ମୋତେ ଅେଷ୍ଟ୍ରେଲିଆରେ ବିଷ ଦିଆଯାଇଥିଲା କହିଲେ ଟେନିସ ଖେଳାଳି ନୋଭାକ ଜୋକୋବିଚ

Facebook
Twitter
LinkedIn

ନୂଆଦିଲ୍ଲୀ :ଅେଷ୍ଟ୍ରେଲିଆ ବିରୋଧରେ ଟେନିସ୍ ଖେଳାଳି ନୋଭାକଜୋକୋବିଚ ଆଣିଲେ ସାଂଘାତିକ ଅଭିଯୋଗ । ନୋଭାକ ଜୋକୋବିଚ ଦାବି କରିଛନ୍ତି କି, ୨୦୨୨ ମସିହାରେ ଯେତେବେଳେ ସେ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ, ସେତେବେଳେ ତାଙ୍କୁ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା । ସେହି ସମୟରେ ସେ ମେଲବର୍ଣ୍ଣରେ ରହିଥିଲେ । ଏହାସହ ସେତେବେଳେ କୋଭିଡ ଚାଲିଥିଲା ଆଉ ସେ ଟିକା ନେବାକୁ ମନା କରିବାକୁ ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇଥିଲା ୩୭ ବର୍ଷିୟ ନୋଭାକ ଜୋକୋବିଚ ଗୁରୁବାର ଦିନ ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ କି, ମୋତେ ସେହି ସମୟରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ଏହାପରେ ମୁଁ ଅନୁଭବ କରିଥିଲି କି ମେଲବର୍ଣ୍ଣର ସେହି ହୋଟେଲରେ ମୋତେ ଏଭଳି କିଛି ଖାଦ୍ୟ ଖାଇବାକୁ ଦିଆଯାଇଥିଲା ଯେଉଁଥିରେ ବିଷ ମିଶିଥିଲା । ନୋଭାକ ଜୋକୋବିଚଙ୍କ ଏଭଳି ବୟାନ ପରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି କି, ଏହି ପ୍ରସଙ୍ଗ ଦେଶ ସହ ଜଡିତ ଥିବାରୁ ଏହା ଉପରେ କୌଣସି ଟିପ୍ପଣୀ ଦିଆଯାଇପାରିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login