ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ଏକ ସ୍ପାଇ ସଟେଲାଇଟ୍ ପାରୀକ୍ଷଣ କରିଛି । ଯାହା ପାଇଁ ତାର ପଡ଼ୋଶି ଦେଶମାନେ ଛାନିଆ ହୋଇପଡ଼ିଛନ୍ତି । ତେବେ ଉତ୍ତର କୋରିଆ ଗତକାଲି ତଥା ଶନିବାର ଏକ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ବେଳେ, ଆଜି ପୁଣି ଏକ ସ୍ପାଇ ପରୀକ୍ଷଣ କରିଛି । ଯାହାକି ଚଳିତ ବର୍ଷ ପାଇଁ ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ଅନୁସନ୍ଧାନର ଏହା ହେଉଛି ନବମ ପରୀକ୍ଷଣ ।
ସେପଟେ କୋରୀଆର ଏହି ପାରକ୍ଷଣରେ ଆମେରୀକା, ଦକ୍ଷିଣ କୋରୀଆ ଓ ଜାପାର ଅସନ୍ତୁଷ ପ୍ରକାଶ କରିଛନ୍ତି । ଏହି ଦେଶମାନଙ୍କ ମତରେ, ଉତ୍ତର କୋରିଆ ଆଗାମୀ ସମୟରେ ପ୍ରମୁଖ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି । ଉତ୍ତର କୋରିଆର ଏହି ପରୀକ୍ଷଣ ଦ୍ୱାରା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିସ୍ପତ୍ତିକୁ ସିଧାସଳଖ ଉଲଂଘନ କରିଥିବା କହିଛନ୍ତି ପଡ଼ୋଶୀ ଦେଶମାନେ ।
Views: 97