ଗଜପତି: ଗଜପତି ଜିଲ୍ଲା ସ୍ଥିତ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟରଙ୍କ ଘର ସମେତ ଏକକାଳିନ ୪ଟି ସ୍ଥାନରେ ଅଚାନକ ଚଢ଼ାଇ କରିଛି ଭିଜିଲାନ୍ସ ଟିମ୍ ।
ନୂଆଗଡ଼ ସ୍ଥିତ ସରକାରୀ କାର୍ଯ୍ୟାଳୟ, ବାସଭବନ ଓ ପାରଳାଖେମୁଣ୍ଡି ଗାନ୍ଧି ନଗର ସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ାଉ ଚାଲିଛି । ଏହା ସହିତ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ହରିଶ୍ଚନ୍ଦ୍ରପୂରରେ ଥିବା ପୈତୃକ ଘର ସମେତ ଆନ୍ଧ୍ରପ୍ରଦେଶରେ ଥିବା ପୁରୁଣା ପାଟଣା ଘରେ ମଧ୍ୟ ରେଡ୍ ପ୍ରକ୍ରିୟା ଚାଲିଛି ।
Views: 101