କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଅପଡ଼ା ଏସିଏସଓ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି । ଭିଜିଲାନ୍ସ ଟିମ୍ ଏକକାଳୀନ ରତ୍ନାକରଙ୍କ ସମ୍ପତ୍ତି ଥିବା ୬ଟି ସ୍ଥାନରେ ରେଡ୍ କରିଛି । ସେଥି ମଧ୍ୟରୁ କଟକରେ ୩ ସ୍ତାନରେ, ଚୌଦ୍ୱାରରେ ଗୋଟିଏ, ନୂଆପଡ଼ାରେ ଦୁଇଟ ସ୍ଥାନରେ ଓ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜରେ ଏକ ତିନି ମହଲା କୋଠା, ବାଲିସାହିରେ ଗୋଟିଏ ଦୁଇ ମହଲା କୋଠା ଓ ବାଲିସାହିରେ ନଟରାଜ ପ୍ୟାଲେସ୍ ନାମରେ ଏକ କଲ୍ୟାଣ ମଣ୍ଡପ ଠାବ ହୋଇଛି । ଏଥି ସହ କଟକ ଚୌଦ୍ୱାର ଓରନ୍ଦାରେ ୩ ଏକର ଜମି ଗେଷ୍ଟ ହାଉସ୍ ଠାବ ହୋଇଥିବା ବେଳେ, ୪୯୮ଗ୍ରାମର ସୁନା ଓ ଅଢ଼େଇ କେଜିର ରୂପା ଗହଣା ଜବତ କରିଛି ଭିଜିଲାନ୍ସ । ଏ ପର୍ଯ୍ୟନ୍ତ ମୋଟ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା ପ୍ରିମିୟମ ମଧ୍ୟ ଠାବ ହୋଇସାରିଲାଣି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଜାରି ରହିଛି ରେଡ୍ ।
ଏହି ଚଢ଼ାଉରେ ୬ ଜଣ ଡିଏସ୍ପି, ୧୨ ଜଣ ଉନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଏକକାଳୀନ ୬ଟି ସ୍ଥାନରେ ୬ଟି ଟିମ୍ ରେଡ୍ କରୁଛନ୍ତି । ତେବେ ଆହୁରି ମଧ୍ୟ ସମ୍ପତ୍ତି ଥିବା ନେଇ ଆକଳନ କରି ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।