ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ପୁଣି ଦୋହରାଇଲେ ଟ୍ରମ୍ପ । ଏଥିସହ ନିଜକୁ ନୋବେଲ ପୁରସ୍କାରର ପ୍ରମୁଖ ଦାବିଦାର ବୋଲି ପୁଣି କହିଲେ । ମୁଁ ୮ଟି ଯୁଦ୍ଧ ରୋକିଛି, ଏଥିମଧ୍ୟରୁ କିଛି ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିଲା । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିଲା , ମୁଁ ରୋକିଲି । ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଠାରୁ ଯୋଗ୍ୟ ଆଉ କେହି ନାହାନ୍ତି । ପରମାଣୁ ଅସ୍ତ୍ର ବ୍ୟବହାର ବିନା ମୁଁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିଛି ବୋଲି ଦାବି ଦୋହରାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ୍ । କହିଛନ୍ତି, ମୋଦିଙ୍କ ପ୍ରତି ମୋର ବହୁତ ସମ୍ମାନ ଓ ଭଲପାଇବା ରହିଛି । ଆମ ମଧ୍ୟରେ ସମ୍ପର୍କ ବହୁତ ଭଲ ।
ସେହିପରି ଶେହବାଜ ସରିଫ ଜଣେ ମହାନ ବ୍ୟକ୍ତି ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ରୁଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ମୋତେ ଫୋନ୍ କରି ୨ଟି ଯୁଦ୍ଧ ବିଷୟରେ କହିଥିଲେ । ୧୦ ବର୍ଷ ହେବ ସେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଥିଲେ ବୋଲି କହିଥିଲେ । ମୋ ହସ୍ତକ୍ଷେପ ଯୋଗୁଁ ହିଁ ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପ୍ରାୟ ୮ଟି ଯୁଦ୍ଧ ପରିସ୍ଥିତି ଥମିଛି ବୋଲି ଦାବି ଦୋହରାଇଛନ୍ତି ଟ୍ରମ୍ପ୍ ।
Nobel addiction has gripped trump : ପୁଣି ଶ୍ରେୟ ନେଲେ ଟ୍ରମ୍ପ, କହିଲେ ଭାରତ-ପାକିସ୍ତାନ ଯୁଦ୍ଧ ଅଟକାଇଥିଲି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











