The Ultimate Managed Hosting Platform
ADVERTISEMENT

କମିବାର ନାଁ ଧରୁନି ସଂକ୍ରମଣ; ବନ୍ଦ ହେବ ଏମ୍‌ସ୍‌ର ଓପିଡି

Facebook
Twitter
LinkedIn

ଭୁବନେଶ୍ୱର: କରୋନା ସଂକ୍ରମଣ କମିବାର ନାଁ ଧରୁନି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଓପିଡିକୁ ବନ୍ଦ ରଖିବାକୁ ନିସ୍ପତ୍ତି ନେଇଛି ଭୁବନେଶ୍ୱର ଏମ୍‌ସ୍ । ଆନ୍ତା ଜାନୁଆରୀ ୧୭ ରୁ ଏହି ସେବା ବନ୍ଦ କରାଯିବାକୁ ନିସ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ଅଳ୍ପ କେତେକ ବିଭାଗ ପୂର୍ବଭଳି ସେବା ଜାରି ରଖିବେ । ସେଥି ମଧ୍ୟରୁ ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ଆଦି ବିଭାଗ ଖୋଲାରହିବ ।

ତେବେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯଦି ଗୁରୁତର ନାହାନ୍ତି, ତାହେଲେ ଓପିଡିକୁ ନ ଆସିବାକୁ ପରାମର୍ଶ ଦେଇଛି ଏମ୍‌ସ୍ । ପୁର୍ବରୁ ଯେଉଁମାନେ ଅନଲାଇନ୍ ଟିକେଟ ବୁକ୍ କରିଛନ୍ତି । ସେମାନେ ନିର୍ଦ୍ଧିଷ୍ଟ ତାରିଖରେ ଆସିବାକୁ ସୂଚନା କରାଯାଇଛି । ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ବିଭିନ୍ନ ଓପିଡି ଖୋଲା ରହିଲେ ବାହାରେ ଅତ୍ୟଧିକ ଗହଳି ଜମୁଛି । ତେଣୁ ଏପରି କଟକଣା ନିଆଯାଇଛି । ଏଥି ସହ ଏମସ ସ୍ୱାସ୍ଥ୍ୟ ଆପ ଓ ଟେଲି ମେଡିସିନ ଜରିଆରେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ମଧ୍ୟ ମେଡ଼ିକାଲ ପକ୍ଷରୁ ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login