ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଏନଆଇଆରଏଫ ରାକିଂ ତାଲିକା । ଏନଆଇଆରଏଫ ରାକିଂ ତାଲିକାର ଶୀର୍ଷରେ ଆଇଆଇଟି ମାଡ୍ରାସ । ସାମଗ୍ରିକ ପ୍ରତିଷ୍ଠାନ ତାଲିକାରେ ଶୀର୍ଷରେ ଆଇଆଇଟି ମାଡ୍ରାସ । ଆଇଆଇଏସ ବେଙ୍ଗାଲୁରୁ ଶ୍ରେଷ୍ଠ ୟୁନିଭରିସିଟି, ୨ୟରେ ଜେଏନୟୁ । ଟପ ମ୍ୟାନେଜମେଣ୍ଟ ତାଲିକାରେ ଆଇଆଇଏମ ଅହମଦାବାଦ ଶୀର୍ଷରେ । କଲେଜ ତାଲିକାରେ ଶୀର୍ଷରେ ଅଛି ହିନ୍ଦୁ କଲେଜ । ତେବେ ପ୍ରଥମ ୧୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇନି ଓଡ଼ିଶାର କୌଣସି ବି ବିଶ୍ବବିଦ୍ୟାଳୟ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ଏହି ଏନଆଇଆରଏଫ ତାଲିକା ପ୍ରସ୍ତୁତ କରିଥାଏ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ, ରିସର୍ଚ୍ଚ ସଂସ୍ଥା, ଇନୋଭେସନ୍, ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ, ମୁକ୍ତ ବିଶ୍ବବିଦ୍ୟାଳୟ, ସ୍କିଲ୍ ୟୁନିଭର୍ସିଟି ଆଦି ସବୁ ସଂସ୍ଥାକୁ ମୂଲ୍ୟାଙ୍କନ କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି।
Views: 46