The Ultimate Managed Hosting Platform
ADVERTISEMENT

ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ; ରାତି ୯ରୁ ସକାଳ ୫ ଯାଏ ଜାରି ରହିବ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା କଥା ଚାନ୍ତାର କାରଣ ପାଲଟିଛି । ତେଣୁ ରାଜ୍ୟରେ ପୁଣି କଟକଣା ଲାଗୁ କରିଛନ୍ତି ସରକାର । ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜି ଠାରୁ ରାତି ୯ ରୁ ସକାଳ ୫ଟା ଯାଏ ଲାଗୁ କରାଯାଇଛି ନାଇଟ୍ କର୍ଫ୍ୟୁ । ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜିନିଷ ମିଳିପାରିବ ବୋଲି ଏସ୍‌ଆର୍‌ସି ପକ୍ଷରୁ ସୂଚନା ରହିଛି ।

ଏହି କଟକଣା ଅନୁଯାୟୀ ରାସ୍ତା କଡ଼ରେ ଥିବା ଦୋକାନ ରାତି ୯ ଟା ଯାଏ ଖୋଲିପାରିବେ । ଦେକାନ ପାଖରେ ଭିଡ଼ ନ କରିବାକୁ ପରାସର୍ଶ ଦିଆଯାଇଛି । ତେବେ ବିବହ, ବ୍ରତଘର ପାଇଁ ୧୦୦ ଜଣ ଓ ଶୁଦ୍ଧି କାର୍ଯ୍ୟରେ ୫୦ ଜଣକୁ ଅନୁମତି ଦିଆଯାଇଛି । ବରଯାତ୍ରୀରେ ୩୦ ଜଣକୁ ନେଇ ପାରିବେ । ନିୟମ କଡ଼ାକଡ଼ି ପାଳନ କରିବା ସହ ଏକ ହଜାର ଦାର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ ବୋଲି ଯାତ୍ରା ମାଲିକଙ୍କୁ ପରାମର୍ଶ ଦିଆଯାଇଛି । କୌଣସି ପର୍ଯ୍ୟଟନ ସ୍ଥଳ ଓ ପାର୍କରେ ପିକନିକ କରିବାକୁ ବାରଣ ହୋଇଛି । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଚାଲିପାରିବ । ସରକାରୀ ମିଟିଂ କିମ୍ବା ଟ୍ରେନିଂ କାର୍ଯ୍ୟକ୍ରମ ୧୦୦ ଲୋକଙ୍କୁ ନେଇ ଅୟୋଜନ କରାଯାଇପାରିବ । ସର୍ବାଧିକ ୫୦ ଲୋକଙ୍କୁ ନେଇ ଇନଣ୍ଡୋର ଓ ଆଉଟ୍ ଡୋର୍‌ରେ ସିନେମା ସୁଟିଂ ହେବ । ଏବଂ ରାଜ୍ୟର ସମସ୍ତ ସାରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବାକୁ ଏସଆରସସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେପଟେ ଆବଶ୍ୟକୀୟ ସେବା ପାଇଁ ଥିବା କାର୍ଯ୍ୟାଳୟ ଗୁଡ଼ିକ କଟକଣା ମୁକ୍ତ ରହିବ । ଯଥା ଫାୟାର ଷ୍ଟେସନ, ପୋଲିସ୍ ଓ ନିର୍ବାଚନ କମିଶନଙ୍କ ଅଫିସ । ଏଥି ସହ ଓପିଏସସି, ଓଏସଏସସି କାର୍ଯ୍ୟାଳୟ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ । ଏହି କଟକଣା ଆସନ୍ତା ୩୧ତାରିଖ ଯାଏ ଚାଲିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login