ନୂଆଦିଲ୍ଲୀ : ଆସିଲା ୨୦୨୩ ଏନସିଆରବି ରିପୋର୍ଟ । ୧୧ ନଂ ସ୍ଥାନରେ ଓଡିଶା । ୨୦୨୧-୨୨ ତୁଳନାରେ ୨୦୨୩ରେ ବଢିଥିଲା ଅପରାଧ । ୨୦୨୩ରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ ମାମଲା । ୬୧୨୫ ଅପହରଣ, ୧୧୯୫ ଦୁଷ୍କର୍ମ ଓ ୧୨୩ ଦୁଷ୍କର୍ମ ଉଦ୍ୟମ ମାମଲା । ୨୯୫୬ ଚୋରି, ୩୭୦ ଡକାୟତି ଓ ୬୨୪ ଟି ଘର ପୋଡି ମାମଲା । ୨୦୨୩ରେ ମୋଟ ୧୩୬୨ଟି ହତ୍ୟାକାଣ୍ଡ ମାମଲା ରୁଜୁ । ୨୨୪ଟି ଯୈ÷ାତୁକ, ୪୨ଟି ପ୍ରେମ ଓ ୩ଟି ରାଜନୈତିକ ହତ୍ୟା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟ-୨୦୨୩ରେ ଓଡ଼ିଶାର ଅପରାଧ ସ୍ଥିତିକୁ ନେଇ ଏହି ବିକଳ ଚିତ୍ର ପଦାକୁ ଆସିଛି। ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଅନୁସୂଚିତ ଜନଜାତିଙ୍କ ବିରୋଧରେ ହୋଇଥିବା ମାମଲାରେ ୪ର୍ଥ ଓ ଅନୁସୂଚିତ ଜାତିଙ୍କ ବିରୋଧୀ ମାମଲାରେ ଦେଶରେ ୫ମ ସ୍ଥାନରେ ରହିଛି। ସେହିପରି ପୋକ୍ସୋ ମାମଲାରେ
୪ର୍ଥ ଏବଂ ଶିଶୁମାନଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ୬ଷ୍ଠ ସ୍ଥାନରେ ରହିଛି। ସାଇବର ଅପରାଧ କ୍ଷେତ୍ରରେ ମଧ୍ୟ ୧୦ମ ସ୍ଥାନରେ ରହିଛି। ରାଜ୍ୟରେ ଅପରାଧ ପଞ୍ଜୀକରଣ ଓ ଚାର୍ଜସିଟ୍ ଦାଖଲ ହାର ସନ୍ତୋଷଜନକ ଥିବା ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ନୈରାଶ୍ୟଜନକ। ୨୦୨୩ ମସିହାରେ ଚାର୍ଜସିଟ୍ ଦାଖଲ ହାର ୮୫% ରୁ ଅଧିକ ସତ୍ତ୍ବେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୬% ରହିଛି। ମହିଳାଙ୍କ ବିରୋଧରେ ଅପରାଧରେ ୯.୩%, ଶିଶୁଙ୍କ କ୍ଷେତ୍ରରେ ୮.୧% ଏବଂ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ୬%ରୁ କମ୍ ଦୋଷୀ ସାବ୍ୟସ୍ତ ହାର ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
NCRB ରିପୋର୍ଟ ; ଅପରାଧରେ ଓଡିଶା ୧୧ ନମ୍ବର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











