ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଅନ୍ୟ ପିଆରଆଇ ମେମ୍ବରଙ୍କୁ ତୁରନ୍ତ ଛାଡ଼ । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଟକ ରଖାଯାଇଛି । ଅଟକମାନଙ୍କ ମଧ୍ୟରେ ଅନେକ ମହିଳା ପିଆରଆଇ ମେମ୍ବର ଅଛନ୍ତି । ଆଜି ସକାଳେ ସେମାନେ ଅନସ୍ଥା ପ୍ରସ୍ତାବରେ ଭାଗ ନେବାର ଥିଲା । କିନ୍ତୁ ମଧ୍ୟରାତ୍ରିରୁ ସେମାନେ ଅଟକ ଥିବାରୁ ଅନାସ୍ଥା ପ୍ରସ୍ତାବରେ ଭାଗ ନେଇ ପାରିଲେନି । ଅଟକମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀଙ୍କ ପୁଅ ବିଶାଳ ଦାସ । ସେମାନଙ୍କୁ ତୁରନ୍ତ ଛାଡିବା ସହ ଓଡ଼ିଶା ଆସିବା ପର୍ୟ୍ୟନ୍ତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଷ୍ଣୁଦେଓ ସାଏଙ୍କୁ ପତ୍ର ଲେଖିଛନ୍ତି ନବୀନ ପଟ୍ଟନାୟକ ।
Views: 37