ଝାରସୁଗୁଡା : ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ । ଏହି ଦାବି ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳୀ ଦାସ । ନବ ଦାସଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ, ଏହାର ତଦନ୍ତ ଆଗକୁ ବଢୁନାହିଁ । କିଛି ଦିନ ପୂର୍ବରୁ ଦୀପାଲି ଦାସ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ବାପାଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଜରିଆରେ ହତ୍ୟା କରାଯାଇଛି । ବିଜେପିର ଅନେକ ବିଧାୟକ ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଅନେକ ଟିକା ଟିପ୍ପଣୀ କରୁଛନ୍ତି । ଅନେକ ସମୟରେ ଏହାକୁ ପ୍ରସଙ୍ଗ କରୁଛନ୍ତି । ମୋ ବିରୋଧରେ, ମୋ ପରିବାର ବିରୋଧରେ ମଧ୍ୟ ଆକ୍ଷେପ କରୁଛନ୍ତି। ଖରାପ କଥା କହୁଛନ୍ତି । ଏହା ବନ୍ଦ କରନ୍ତୁ। ସେ ଆହୁରି କହିଛନ୍ତି, ”ଆମ ପରିବାରକୁ ଆକ୍ଷେପ କରାଯାଉଛି, ସେମାନେ ଆମ ସହ ଠିଆ ହେବେକି । ମୋ ଭାଇକୁ ବିନା ୱାରେଣ୍ଟିରେ ଛତିଶଗଡ଼ରେ ଅଟକ ରଖିଲେ। ଏପଟେ ଆଜି ମୋ ବାପାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖା ମାଗୁଛନ୍ତି । ତେଣୁ ମୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଆମକୁ ଡାକି ଆଲୋଚନା କରି ଆଗକୁ ବଢ଼ନ୍ତୁ। ”
Naba das murder case :ନବ ଦାସ ହତ୍ୟା ମାମଲା ; ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











