The Ultimate Managed Hosting Platform
ADVERTISEMENT

ପୌର ନିର୍ବାଚନ ନିସ୍ପତ୍ତି; ମାର୍ଚ୍ଚ ୨୪ ରେ ହେବ ମତଦାନ

Facebook
Twitter
LinkedIn

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ହେଲା ନିସ୍ପତ୍ତି । ଆସନ୍ତା ମାର୍ଚ୍ଚ ୨୪ ରେ ମତଦାନ ଓ ୨୬ ରେ ଗଣତି କରାଯିବାକୁ ନିସ୍ପତ୍ତି ହୋଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଏହି ପୌର ନିର୍ବାଚନ ପାଇଁ ଫେବୃଆରୀ ୨୮ ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ମାର୍ଚ୍ଚ ୨ ରୁ ୭ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ ।

ସେହିପରି ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର କରାଯିବ । ତେବେ ୧୦୬ ମ୍ୟୁନିସିପାଲିଟିରେ ହେବ ନିର୍ବାଚନ, ୩ଟି ମହାନଗରରେ କରାଯିବ ନିର୍ବାଚନ । ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିାର ନିର୍ବାଚନ କରାଯିବ ନାହିଁ । ନିସ୍ପତ୍ତି ଅନୁଯାୟୀ ଏଥର ମେୟର ବା ପୌରାଧ୍ୟକ୍ଷ ନିର୍ବାଚନ ସିଧା ସଳଖ କରାଯିବ । ଇଭିଏମ୍ରେ ହେବ ଭୋଟ୍ ଗ୍ରହଣ, ପ୍ରତି ବୁଥ୍ରେ ରହିବ ୨ଟି ଇଭିଏମ୍ । ଗୋଟିଏ ଇଭିଏମ୍ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ । ୨ୟ ଇଭିଏମ୍ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇ ହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login