The Ultimate Managed Hosting Platform
ADVERTISEMENT

ଝିଅକୁ ଶିଳ ପୁଆରେ ଛେଚି ହତ୍ୟା କଲା ମା’

Facebook
Twitter
LinkedIn

ସୁନ୍ଦରଗଡ଼: ଝିଅକୁ ହତ୍ୟା କଲା ନିଜ ଜନ୍ମ କଲା ମା’ । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କଲାମେଘା ଥଇଥାନ କଲୋନୀ ଅଞ୍ଚଳରେ । ପାରିବାରିକ କଳହକୁ କେନ୍ଦ୍ର କରି ନିଜ ୧୭ ବର୍ଷ ବୟସର ନାବାଳିକା ଝିଅକୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ନିଜେ ଅତ୍ମହତ୍ୟା ଉଦ୍ୟମ କାରିଛି ବିଧବା ମା’ ।

ସୂଚନାନୁଯାୟୀ, ସ୍ୱାମୀଙ୍କ ମୃତ୍ୟୁ ପରେ ମା’ ଓ ଛିଅ ଦୁହେଁ ଏକାଠି ରହୁଥିଲେ । ଝିଅ ସବୁବେଳେ ମୋବାଇଲରେ ପୁଅମାନଙ୍କ ସହ ଗପୁଥିଲା । ଯାହାକୁ ମା’ ସବୁବେଳେ ବିରୋଧ କରିଆସିୁଥିବା ସତ୍ତ୍ୱେ ସେ ମାନୁନଥିଲା । ସେପଟେ ବାପାଙ୍କ ମୃତ୍ୟୁ ପରେ ମା’ ର ମଧ୍ୟ ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ଥିବା ନେଇ ଝିଅ ସନ୍ଦେହ କରୁଥିଲା । ଯାହାକୁ ନେଇ ଦୁହେଁ ଅଧିକାଂଶ ସମୟ ଝଘଡ଼ା ଲାଗୁଥିଲେ ।


ତେବେ ଗତ ଶୁକ୍ରବାର ଝିଅ ମୋବାଇଲରେ ଗପୁଥିବାର ଦେଖି ମା’ ବାରଣ କରିଥିଲା । ଝିଅ ନ ମାନିବାକୁ ଦୁହେଁ ଝଗଡ଼ା ଲାଗିଥିଲେ । ଶେଷରେ ମା ରାଗିଯାଇ ପାଖର ଥିବା ଶିଳ ପୁଆରେ ଝିଅର ମୁଣ୍ଡକୁ ପିଟି ଦେଇଥିଲା ଫଳରେ ଘଟରା ସ୍ଥଳରେ ଝିଅର ମୃତ୍ୟୁ ଘଟିଥିଲା । ଏହା ପରେ ମା’ ମଧ୍ୟ ନିଜେ ଅତ୍ମହତ୍ୟା କରିବା ପାଇଁ ୟୁରିଆ ସାର ଖାଇଦେଇଥିଲା । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଝିଅର ମୃତ ଶରୀରକୁ ଜବତ କରଛି ଏବଂ ଆତ୍ମହତ୍ୟା ଉଦ୍ୟମ କରିଥିବା ମା’କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login