The Ultimate Managed Hosting Platform
ADVERTISEMENT

କଟକଣା ପାଇଁ ମକର ସଂକ୍ରାନ୍ତିରେ ଅଧିକାଂଶ ମନ୍ଦିର ବନ୍ଦ

Facebook
Twitter
LinkedIn

କେନ୍ଦୁଝର: କରୋନା କଟକଣା ପାଇଁ ଆସନ୍ତା କାଲି ମକର ସଂକ୍ରାନ୍ତିରେ ରାଜ୍ୟର ଅଧିକାଂଶ ମନ୍ଦିର ବନ୍ଦ ରହିବ । ସଂକ୍ରମଣକୁ ଦୃଷ୍ଟରେ ରଖି ଏହି ନିସ୍ପତ୍ତି ନେଇଛନ୍ତି ଏସ୍‌ଆରସି ଓ ଜିଲ୍ଲା ପ୍ରଶାସନ । ମକର ସଂକ୍ରାନ୍ତି ଉପଲକ୍ଷେ ସାଧାରଣତଃ ଅଧିକାଂଶ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ସାଧାରଣରେ ଭିଡ଼ ନ ଜମିବା ପାଇଁ କଟକଣା ଜାରି କରାଯାଇଛି ।

ମକର ଉତ୍ସବରେ କେନ୍ଦୁଝର ଜିଲ୍ଲାର ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ବହୁଳ ମାତ୍ରାରେ ହୋଇଥାଏ । ଭକ୍ତମାନେ ବହୁ ଦୂର ଦୂରାନ୍ତରୁ ମା’ଙ୍କ ଦର୍ଶନ ପାଇଁ ଆସିଥା’ନ୍ତି । କିନ୍ତୁ ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ସମସ୍ତ ମନ୍ଦିରକୁ ବନ୍ଦ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାଲି ମନ୍ଦିର ପରିସରକୁ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ, ହେଲେ ମାଙ୍କ ବେଶ , ନୀତିକାନ୍ତି , ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଆଦି ଯଥାରିତି ସମ୍ପନ୍ନ ହେବ ବୋଲି କୁହାଯାଇଛି ।

ସେପଟେ କଟକ ଜିଲ୍ଲା ଆଠଗଡ଼ସ୍ଥିତ ଧବଳେଶ୍ୱର ପୀଠରେ ମଧ୍ୟ ମକର ସଂକ୍ରାନ୍ତି ଉପଲକ୍ଷେ ୧୪୪ ଧାରା ଲାଗୁ କରାଯାଇଛି । ଯାହାକି ସକାଳ ୬ ଟାରୁ ରାତ୍ରୀ ୧୦ ଟା ଯାଏ ଜାରି ରହିବ । କେବଳ ସେବାୟତଙ୍କୁ ନେଇ ମନ୍ଦିର ନିତିକାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login