The Ultimate Managed Hosting Platform
ADVERTISEMENT

Mercury drops to zero degrees in similipal : ଶିମିଳିପାଳରେ ମାଇନସରେ ପାରଦ

Facebook
Twitter
LinkedIn

ବାରିପଦା : ଶିମିଳିପାଳରେ ମାଇନସରେ ପହଁଚିଲା ପାରଦ । ଆପାର ବାରାହାକାମୁଡାରେ ତାପମାତ୍ରା ମାଇନଓ ୧ ଡିଗ୍ରୀ । ଚହଲା ଓ ଗୁଡୁଗୁଡିଆରେ ତାପମାତ୍ରା ୨ ଡିଗ୍ରୀ ରେକର୍ଡ । ବରେହିପାଣିରେ ୫, ରାମତୀର୍ଥ ଓ ସାତକୋଶିଆରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ । କିଛି କିଛି ସ୍ଥାନରେ ଶୀତଲହରୀ ନେଇ ଚେତାବନୀ ଜାରି ହୋଇଛି। ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ୟ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି। ମୟୂରଭଞ୍ଜ ଓ ଶିମିଳିପାଳରେ ଶୂନ ହୋଇଗଲା ପାରଦ । ଶିମିଳିପାଳରେ ଉପରବାରା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାହାଲାରେ ୨ ଡିଗ୍ରୀ,ବରେହିପାଣିରେ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ଗୁଡିକରେ ବି ପାରଦ ଖସିଛି । ଦିନ ହେଉ ଅବା ରାତି ଅସହ୍ୟ ଜାଡ଼ରେ ପ୍ରଭାବିତ ହେଇଛି ଜନଜୀବନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login