ପୁରୀ : ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦର ପରିଚାଳନା କମିଟିର ଜରୁରୀ ବୈଠକ । ଋତ୍ନ ଅଳଙ୍କାର ଗଣତିମଣତି ନେଇ ପ୍ରସ୍ତୁତି ଏସଓପି ଉପରେ ହେବ ଆଲୋଚନା । ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଅନ୍ୟପଟେ ଶ୍ରୀମନ୍ଦିର ସରଂକ୍ଷଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ସର୍ବ ସାଧାରଣଙ୍କ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଚଳିତ ମାସ ବସନ୍ତ ପଞ୍ଚମୀରୁ ବକ୍ତଙ୍କ ପାଇଁ ଖୋଲିପାରେ ଗୁଣ୍ଡିଚା ମନ୍ଦିର । ଶ୍ରୀ ଗୁଣ୍ଡିଚା ମନ୍ଦିର ଖୋଲିବା ପରେ ପ୍ରଥମ ୩ ଦିନ ନିଃଶୁକ୍ଳରେ ପ୍ରବେଶ । ପରେ ୧୦ ଟଙ୍କା ଟିକେଟ କାଟି ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ । ନାଟ ମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ।
Views: 31











