The Ultimate Managed Hosting Platform
ADVERTISEMENT

Man threatens girlfriend with gun : ପ୍ରେମ ପାଇଁ ଯୁବତୀଙ୍କୁ “ବନ୍ଧୁକ” ଧମକ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । ଗାଡି ଭିତରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ । ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ କାର ଭିତରେ ଧମକ । ତ୍ରିକୋଣୀୟ ପ୍ରେମକୁ ନେଇ ବନ୍ଧୁକ ଦେଖାଇ ଧମକ ଦିଆଯାଇଥିବା ସୂଚନା । ଯୁବତୀ ଜଣକ ପେସାରେ ଜଣେ ବାର ଡ୍ୟାନ୍ସର ଥିଲେ । ତେବେ ଯୁବକ ଜଣଙ୍କ ହାତରେ ବନ୍ଧୁକ ଧରି ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ନିମାପଡା ଅଞ୍ଚଳର । କେଉଁଠୁ ଆଣିଲେ ବନ୍ଧୁକ ଚାଲିଛି ତନାଘନା । ତେବେ ଅନ୍ୟ ବନ୍ଧୁଙ୍କ ସହ କାର୍ରେ ଦେଖିବା ପରେ ଯୁବତୀ ରହୁଥିବା ଭଡ଼ା ଘର ପାର୍କିଂ ନିକଟରେ ଏହିଭଳି ଧମକ ଦେଉଥିବା ଭିଡ଼ିଓ ଏବେ ଭାଇରଲ ହେଉଛି । କିନ୍ତୁ ପ୍ରଶ୍ନ, ଦିନକୁ ଦିନ ନିଶା କାରବାର ବଢ଼ିବା ସହ ଏବେ ଖୁଲମ ଖୁଲା ବନ୍ଧୁକ ଧରି ବୁଲୁଛନ୍ତି ଅଭିଯୁକ୍ତ । ବେଆଇନ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଆତଙ୍କ ଖେଳାଉଛନ୍ତି ହେଲେ କେମିତି ଜାଣି ପାରୁନି ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login