The Ultimate Managed Hosting Platform
ADVERTISEMENT

Man kiiled by attack of elephant : ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

Facebook
Twitter
LinkedIn

ଅନୁଗୁଳ : ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକ୍ସନରେ ଆଜି ହାତୀ ଆକ୍ରମଣରେ ବୃଦ୍ଧଙ୍କର ଜୀବନ ଯାଇଛି । ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ରହିଥିବା ବେଳେ ଅନୁଗୁଳ ଏସିଏଫ ବିଦ୍ୟାସାଗର ସେଠାରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ମୁତାବକ, ପୁରୁଣାଗଡ଼ ସେକ୍ସନ ମଦନ ମହନ ପାଟଣାସାହିର ଶମ୍ଭୁନାଥ ପ୍ରଧାନ (୬୨) ଆଜି ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ପୂର୍ବରୁ ସେହି ଅଞ୍ଚଳରେ ଥିବା ଦନ୍ତା ହାତୀ ତାଙ୍କୁ କଚାଡି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ଅଞ୍ଚଳରେ ହାତୀ ଉପଦ୍ରଵ ବଢ଼ୁଥିବାରୁ ଲୋକମାନେ ତାତି ଥିଲେ। ତେବେ ଅନୁଗୁଳ ଏସିଏଫ ବିଦ୍ୟା ସାଗର ସେଠାରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ଘଟଣାସ୍ଥଳରେ ଶବ ପଡ଼ି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login