The Ultimate Managed Hosting Platform
ADVERTISEMENT

Mahakumbha mela 2025 : ମହାକୁମ୍ଭ ମେଳା ପାଇଁ ଜନସମୁଦ୍ର ପ୍ରୟାଗରାଜ, ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

Facebook
Twitter
LinkedIn

ନୂଆଦିଲ୍ଲୀ : ମହାକୁମ୍ଭ ମେଳା ପାଇଁ ଜନସମୁଦ୍ର ପ୍ରୟାଗରାଜ । ୪୫ ଦିନ ଧରି ଚାଲିବ ମହାକୁମ୍ଭ । ଏଥିରେ ଦେଶ ବିଦେଶରୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସମାଗମ । ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ । ମହାକୁମ୍ଭ ମେଳାର ପ୍ରମୁଖ ଆକର୍ଷଣ ରହିଛି ଶାହୀ ସ୍ନାନ। ଆସନ୍ତାକାଲି ମକରସଂକ୍ରାନ୍ତିରେ ପ୍ରଥମ ଶାହୀ ସ୍ନାନ ତିଥି ଥିବାବେଳେ ଜାନୁୟାରୀ ୨୯ରେ ଦ୍ୱିତୀୟ ଓ ଫେବୃୟାରୀ ୩ରେ ତୃତୀୟ ଶାହୀ ସ୍ନାନ ତିଥି ପଡିଛି । ମହାକୁମ୍ଭ ମେଳା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ମହାକୁମ୍ଭ ମେଳା ପାଇଁ ଦେଢ଼ ଲକ୍ଷ ଅସ୍ଥାୟୀ ଟେଣ୍ଟ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ରହିବା ଖାଇବା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ଗଙ୍ଗା ନଦୀରେ ମଧ୍ୟ ଟ୍ୟୁବ ସାହାଯ୍ୟରେ ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି । ମହାକୁମ୍ଭ ମେଳା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login