The Ultimate Managed Hosting Platform
ADVERTISEMENT

‘Lock Upp’ ଶୋ ରିଲିଜ୍ ଉପରେ ରୋକ୍ ଲଗାଇଲେ କୋର୍ଟ

Facebook
Twitter
LinkedIn

ମୁମ୍ବାଇ : ବର୍ତ୍ତମାନ ଓଟିଟି ଡେବ୍ୟୁ ପାଇଁ କଙ୍ଗନା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କଙ୍ଗନା ଏକତା କପୁରଙ୍କ ଶୋ ‘ଲକ୍ ଅପ୍’ ମାଧ୍ୟମରେ ଙଞଞ ରେ ଏକ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ଶୋ’କୁ ନେଇ ଆଇନଗତ ସମସ୍ୟାରେ ଦେଖା ଦେଇଛି । ଏହି ଶୋ’କୁ ନେଇ ଏକ ବଡ ଖବର ସାମ୍ନାକ ଆସିଛି । କଙ୍ଗନା ରଣାୱତ୍‌ଙ୍କ ଏହି ଶୋ’ ଲକ୍ଅପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହାଇଦ୍ରାବାଦର କୋର୍ଟ ଏହା ଉପରେ ଉପରେ ଲିଗାଲ୍ କେସ୍ ଲାଗୁ କରିଛି ।

କଙ୍ଗନାଙ୍କର ଏହି ଶୋ’ ଆଜିଠାରୁ ଅର୍ଥାତ୍ ଫେବୃଆରୀ ୨୭ରୁ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ ଆରମ୍ଭ ହେବାର ଥିବା ବେଳେ। ହେଲେ କିନ୍ତୁ ଏହାପୂର୍ବରୁ ଶୋ’ର କନସେଫ୍ଟ ଚୋରି ହୋଇଥିବା ଏନେଇ ଅଭିଯୋଗ ହୋଇଛି । ଯେଉଁଥି ପାଇଁ କୋର୍ଟ ଏହି ଶୋ’କୁ ବନ୍ଦ କରି ଦେଇଛନ୍ତି । ବାସ୍ତବରେ, ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ସନେବର ବେଗ୍ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ ଏମଏକ୍ସ ପ୍ଲେୟାରରେ ଏକତା କପୁର ଏଣ୍ଡେମୋଲ ସାଇନ୍ଉ‌ ପରେ ତାଙ୍କ ଗେମ ଶୋ’ରେ ଜେଲ କନସେପ୍ଟ ଚୋରୀ କରିଛନ୍ତି। ଏହାକୁ ନେଇ ସେ ପିଟିସନରେ କହିଛନ୍ତି କି ସେ ଜେଲ୍ କନସେଫ୍ଟର କାହାଣୀ ଏବଂ ସ୍କ୍ରିପ୍ଟର ଏକମାତ୍ର ଅଧିକାରଧାରୀ, ହାଇଦ୍ରାବାଦ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଯାହା ପରେ ଶୋ ଲକ୍ଅପ୍ ରିଲିଜ୍ ସମ୍ପର୍କରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ ରେ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସନେବର ବେଗ୍ କହିଛନ୍ତି ଯେ ଯେତେବେଳେ ମୁଁ ଶୋ’ର ପ୍ରୋମୋ ଦେଖିଲି ସେତେବେଳେ ମୁଁ ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲି। ମୁଁ ଦୀର୍ଘ ଦିନ ଧରି ଏଣ୍ଡେମୋଲ ସାଇନ୍‌ର ଅଭିଷେକ ରେଗେଙ୍କ ସହ ଯୋଗାଯୋଗରେ ରହିଥିଲି । ହାଇଦ୍ରାବାଦରେ ଏହି ବିଷୟରେ ଅନେକ ଥର ମିଟିଂ ମଧ୍ୟ ହୋଇଛି। ଏହାକୁ ନେଇ ସେ ପ୍ରତିଶ୍ରୁତି ଦେଇଥିଲେ ଯେତେବେଳେ ମାର୍କେଟ୍ ଭଲ ସ୍ଥିତିକୁ ଆସିଯିବ ସେତେବେଳେ ଆମେ ଏହା ଉପରେ ଆମେ କାମ କରିବୁ । କିନ୍ତୁ ଏହି ଶୋ କେବଳ ଆମ କନସେପ୍ଟ ନୁହେଁ ସବୁ କିଛି କପି କରିଛି । ମୁଁ ବିଶ୍ବାସ କରିପାରିଲି ନାହିଁ ଯେ କେହି ଏଭଳି ଭାବରେ ମଧ୍ୟ କନସେଫ୍ଟକୁ ଚୋରୀ କରିପାରିବେ । ଏହା ସହ କହିଛନ୍ତି କି ଏହା କପିରାଇଟ୍ ନିୟମକୁ ଉଲ୍ଲଂଘନ ଧାରା ୫୧ ଏବଂ ୫୨ ଅନୁଯାୟୀ ସାମ୍ନା କରିବାକୁ ପଡିବ। କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଆମକ ସୁନିଶ୍ଚିନ୍ତ ନ୍ୟାୟ ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login