The Ultimate Managed Hosting Platform
ADVERTISEMENT

Lock Uppଶୋ’ରେ ଖୁଲାସା କଲେ ଶିବମ୍‌ ଶର୍ମା ମାଆଙ୍କ ସାଙ୍ଗ ସହ ଥିଲା ସମ୍ପର୍କ

Facebook
Twitter
LinkedIn

ମୁମ୍ବାଇ: କପୁରଙ୍କ ରିଆଲିଟି ଶୋ’ ଲକ୍ ଅପ୍ ଆରମ୍ଭ ହୋଇଯାଇଛି ।ଏହି ଶୋ ଦୁଇ ସପ୍ତାହରୁ ଧରି ଆରମ୍ଭ ହେଲାଣି । ଶୋ’ରେ ହୋଷ୍ଟ ହେଉଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରଣାୱତ୍‌ । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ଶୋ’ରେ ବର୍ତ୍ତମାନ ନୂଆ ବିବାଦ ଏବଂ ଖୁଲାସା ଶୁଣିବାକୁ ମିଳୁଛି । ଯାହା ପ୍ରତିଯୋଗୀ ସମେତ ହୋଷ୍ଟଙ୍କୁ ବି ଆଶ୍ଚର୍ୟ୍ୟ କରୁଛି । ଶନିବାର ତହସିନ ଏମିତି ଏକ ଖୁଲାସା କରିଥିଲେ ଯାହାକୁ ଶୁଣି ସମସ୍ତେ ତାଜୁବ୍‌ ହୋଇଯାଇଥିଲେ । ଗତକାଲି ଅର୍ଥାତ୍‌ ରବିବାର ଏପିସୋଡରେ, ଶିବମ୍‌ ଶର୍ମା, କରଣଭୀର ବୋହରା ଏବଂ ପାୟଲ ରୋହତଗିଙ୍କ ନାମ ଚାର୍ଜସିଟରେ ଆସିଥିଲା ​​। କିନ୍ତୁ ଶିବମ୍‌ ଶର୍ମା ବଜର ଦବାଇ ତାଙ୍କ ଜୀବନର ସବୁଠାରୁ ବଡ ରହସ୍ୟରୁ ପରଦା ଉଠାଇ ଥିଲେ । କଙ୍ଗନା ଶିବମଙ୍କୁ ଏହି ସବୁ ବିଷୟରେ କହିଥିଲେ କି ତୁମେ ଯେମିତି କନଣ୍ଟ୍ରାକ୍ଟରେ ଲେଖିଥିଲ ଠିକ୍‌ ସେହି ଭଳି କୁହ। ଏହା ପରେ ଶିବମ୍‌ କହିଥିଲେ କି- ହଁ ମୋର ଜଣେ ମହିଳାଙ୍କ ସହ ସମ୍ପର୍କ ଥିଲା । ଏହା ବହୁତ ପୁରୁଣା କଥା, ଏହି ସବୁକୁ ୮-୯ବର୍ଷ ବିତିଗଲାଣି । ସେତେବେଳେ ମୁଁ କଲେଜରେ ଥିଲି । ‘ ସେ ପୁଣି ଛାଡପତ୍ର ହୋଇଥିବା ମହିଳା ଯିଏ ମୋ ଘର ପାଖରେ ରହୁଥିଲେ । ସବୁଠାରୁ ବଡ କଥା ହେଲା ସେ ମୋ ମା ଙ୍କର ବନ୍ଧୁ ଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି । ଏଥିରେ କିଛି ଭୁଲ୍ ନାହିଁ କାରଣ ସେ ଛାଡପତ୍ର ହୋଇଥିଲେ ଏବଂ ମୁଁ ତାଙ୍କୁ ସେକ୍ସସୁଆଲ ଲାଇଫ୍‌ରେ ସାହାଯ୍ୟ କରିବାକୁ ଚାହୁଁଥିଲି। ମୁଁ ବହୁତ ଭଲ ଧଳା ପାସ୍ତା ସସ୍ ତିଆରି କରେ, ଏଥିପାଇଁ ମୁଁ ଏହି ପାସ୍ତାକୁ ତିଆରି କରି ତାଙ୍କ ପାଇଁ ନେଇକି ଯାଉଥିଲି । ଦୁହେଁ ରାତି ରାତି ଭଲ ସମୟ କଟାଉଥିଲୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ...

ADVERTISEMENT
ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପାରିବାରିକ କଳହ ପାଇଁ ଜୀବନ ହାରିଦେଲେ ଯୁବକ

ମୟୂରଭଞ୍ଜ : ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଶୋଇବା ଘରୁ ଜବତ ହୋଇଛି। ପାରିବାରିକ ଅଶାନ୍ତିରୁ...

Login