The Ultimate Managed Hosting Platform
ADVERTISEMENT

Laying of foundation stone of Lok Seva Bhavan : ଲୋକସେବା ଭବନ ଭିତ୍ତି ପ୍ରସ୍ତର ସ୍ଥାପନ ; ୭୧ ଏକର ଜମିରେ ନିର୍ମାଣ ହେବ , ଖର୍ଚ୍ଚ ହେବ ୩୬୨୩ କୋଟି ଟଙ୍କା

Facebook
Twitter
LinkedIn

ଭୁବନେଶ୍ୱର : ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତି ପ୍ରସ୍ତର । ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ୭୧ ଏକର ଜମିରେ ନିର୍ମାଣ ହେବ , ଖର୍ଚ୍ଚ ହେବ ୩୬୨୩ କୋଟି ଟଙ୍କା । ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ । ଏକାଥରକେ ଏତେ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ ପ୍ରଥମ ଘଟଣା । ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ କହିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନୂଆ ବିଧାନସଭାରେ ପ୍ରାୟ ୩ ଶହ ସଦସ୍ୟ ବସିବାର ବ୍ୟବସ୍ଥା ରହିବ । ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ୮ ଲେନ ବିଶିଷ୍ଟ କରାଯିବ । ଏଲିଭେଟେଡ କରିଡର ବ୍ୟବସ୍ଥା ସହ ଫ୍ଲାଏ ଓଭର ରହିବ । ର୍ତ୍ତମାନର ଲୋକସେବା ଭବନକୁ ୭୦ ବର୍ଷରୁ ଅଧିକ ସମୟ ହୋଲାଣି । ଏହାର ଅନେକ ଅଂଶ ଏବେ ଅସୁରକ୍ଷିତ । ବିଭିନ୍ନ ବିଭାଗ ଗୁଡ଼ିକ ଅଲଗା ଅଲଗା ଜାଗାରେ ରହିଥିବାରୁ କାମ କରିବାରେ ଅସୁବିଧା ହେଉଛି । ସରକାରୀ ବିଭାଗ ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବଡ଼ ଓ ନୂଆ କୋଠାର ଆବଶ୍ୟକତା ରହିଛି । ଲୋକସେବା ଭବନକୁ ଅତ୍ୟାଧୁନିକ ଭବନ ଭାବେ ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କର ବହୁ ପ୍ରତିକ୍ଷିତ ଯୋଜନା ଥିଲା । ନୂଆ ବିଧାନସଭା ହଲରେ ୩୦୦ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login