ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ପାଇଁ କେକେଆରରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର । ମୁସ୍ତାଫିଜୁର ରେହମାନଙ୍କୁ ତୁରନ୍ତ ହଟାଇବାକୁ ବିସିସିଆଇର ନିଦେ୍ର୍ଦଶ । ବିସିସିଆଇର ନିଦେ୍ର୍ଦଶ ପରେ ଶାହରୁଖ ଖାନଙ୍କୁ ଶକ୍ତ ଝଟକା । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବାମହାତୀ ଦ୍ରୁତ ବୋଲର ମୁସ୍ତଫିଜୁରଙ୍କୁ ୯.୨୦ କୋଟିରେ କିଣିଥିଲା କେକେଆର । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଦେବଜିତ ସାଇକିଆ ଏହା ନିଶ୍ଚିତ କରିଛନ୍ତି । ସାଇକିଆ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ନିଜ ସ୍କ୍ୱାଡରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଦେବଜିତ ସାଇକିଆ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି କେକେଆର୍ ଟିମ୍ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ କରିବାକୁ ଚାହୁଛି, ତେବେ ବିସିସିଆଇ ଏଥିପାଇଁ ଅନୁମତି ଦେବ ।
Views: 43











