ଜଗତସିଂହପୁର : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜଗତସିଂହପୁର ଅଧୀନରେ ସିଏସପି ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଆସୁଥିବା KIOSK ଅପରେଟର ମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବାକୁ ନେଇ କର୍ମଚାରୀ ମାନେ ହତାଶ ହୋଇପଡିଛନ୍ତି। ଜିଲ୍ଲାର ସମସ୍ତ ସିଏସପି ମାନଙ୍କୁ ସିଏସପି + ମାନ୍ୟତା ପ୍ରଦାନ,ଜିଲ୍ଲାର ସମସ୍ତ ସିଏସପି ମାନଙ୍କୁ ଟ୍ରାଞ୍ଜିଟ ବିମା ପ୍ରଦାନ,ସମସ୍ତ ସିଏସପି ମାନଙ୍କୁ ଜୀବନବିମା ପ୍ରଦାନ ସହିତ ସମାନ କାର୍ଯ୍ୟକୁ ସମାନ ଦରମା ପ୍ରଦାନ ଦାବି ନେଇ କର୍ମଚାରୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଯଦି ପ୍ରଶାସନ ସେମାନଙ୍କ ଦାବି ନ ଶୁଣନ୍ତି ସାରା ରାଜ୍ୟରେ ଥିବା ସମସ୍ତ KIOSK ଅପରେଟର ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Views: 113











