ଉମରକୋଟ ; (ବିଶ୍ୱଜିତ୍ ମଲ୍ଲିକ) ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍ କରିଦେଇଛି। ଦେଢ଼ ବର୍ଷ ତଳେ ବହୁ ଆଡମ୍ବର ରେ ବାହାଘର ହୋଇଥିଲା, କାନ୍ଥରେ ଲେଖା ହୋଇଥିବା ନା ନଲିଭିବା ପୂର୍ବରୁ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଝିଅର ପରିବାର। ଶଶୁର ଘରେ ଝିଅର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପାଘର ଲୋକେ ।
ଝିଅର ବାପା ପ୍ରଭାସ କୁମାର ମିସ୍ତ୍ରୀଙ୍କ କହିବା ଅନୁସାରେ, ତାଙ୍କ ଝିଅ ସଞ୍ଜନା ମିସ୍ତ୍ରୀ (୨୫)ଙ୍କୁ ଶଶୁରଘର ଲୋକେ ଯୌତୁକ ନିମନ୍ତେ ନିର୍ୟାତନା ଦେଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ ଶଶୁରଘର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି, ଏବଂ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ରାଇଘର ନିକଟସ୍ଥ ପାରୁଆ ଗ୍ରାମପଞ୍ଚାୟତର ଛତାବେଡା ଗ୍ରାମର ପ୍ରଭାସ କୁମାର ମିସ୍ତ୍ରୀଙ୍କ ଝିଅ ସଞ୍ଜନା ଯିଏ ପେସାରେ ଜଣେ ଶିକ୍ଷୟତ୍ରୀ ଥିଲେ ତାଙ୍କର ବିବାହ ୧୫ ଜୁଲାଇ ୨୦୨୪ରେ ଉମରକୋଟ ଡିଏନକେର କାବୁଲ ଚାନ୍ଦଙ୍କ ସାନପୁଅ ଅନୁପମ ଚାନ୍ଦଙ୍କ ସହ ବଙ୍ଗୀୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ବାହାଘରର ଦଶ ଦିନ ପରେ ହିଁ ଶଶୁରଘରର ସମସ୍ତ ସଦସ୍ୟ ଓ ମାଉସୀ ସଞ୍ଜନାଙ୍କୁ ଯୌତୁକ ବାବଦରେ କାର ମାଗି ମାନସିକ ନିର୍ୟାତନା ଦେବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ। ସଞ୍ଜନା ଏହା ନିଜ ପରିବାରକୁ ଜଣାଇଥିଲେ ମଧ୍ୟ ସହ୍ୟ କରି ରହିଥିଲେ।
କିନ୍ତୁ ଶନିବାର ରାତିରେ ସଞ୍ଜନା ନିଜ ଦାଦାଙ୍କୁ ଫୋନ୍ କରି କହିଥିଲେ, “ଶଶୁରଘର ଲୋକେ ମୋତେ ଯୌତୁକ ପାଇଁ ନିର୍ୟାତନା ଦେଉଛନ୍ତି ଓ ଜୀବନରେ ମାରିଦେବେ। ମୋତେ ଏଠାରୁ ନେଇଯାଅ।” ଝିଅର କଥା ଶୁଣି ବାପାଘର ଲୋକେ ରବିବାର ସକାଳେ ଘଟଣାର ସମାଧାନ ପାଇଁ ଯିବାକୁ ଯୋଜନା କରିଥିଲେ। ହେଲେ ସକାଳ ୬ଟା ୩୦ ମିନିଟ୍ରେ ଶଶୁରଘରରୁ ଖବର ଆସିଲା ଯେ ସଞ୍ଜନା ନିଜ ରୁମ୍ର ଫ୍ୟାନ୍ରେ ଶାଢ଼ୀ ଲଗାଇ ଝୁଲି ପଡ଼ିଛନ୍ତି। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ, ଝିଅର ବାପା କହିଛନ୍ତି, “ଆମ ଝିଅ ଆତ୍ମହତ୍ୟା କରି ନାହାଁନ୍ତି। ଶଶୁରଘର ଲୋକେ ମିଶିକି ନିର୍ୟାତନା ଦେଇ ତାଙ୍କୁ ହତ୍ୟା କରିଛନ୍ତି। କାନ୍ଥରେ ଲେଖା ହୋଇଥିବା ନାମଟିଏ ନଲିଭିବା ପୂର୍ବରୁ ଝିଅର ଚାଲିଯିବା ଆମକୁ ଭାଙ୍ଗି ଦେଇଛି।”
ଅନ୍ୟପକ୍ଷରେ, ମୃତକଙ୍କ ଶଶୁର କାବୁଲ ଚାନ୍ଦ କହିଛନ୍ତି, “ଆମେ ତାଙ୍କୁ ନିଜ ଝିଅ ଭଳି ରଖିଥିଲୁ। ଯୌତୁକ ନିର୍ୟାତନାର କଥା ମିଛ। ଆମ ଘରେ କାର ଅଛି, ତାହାର ଆବଶ୍ୟକତା ନଥିଲା। ପୁଅ ଓ ବୋହୂ ଭିତରେ ସମ୍ପର୍କ ଭଲ ଥିଲା, କିନ୍ତୁ କେଉଁ କାରଣରୁ ସେ ଏପରି ପଦକ୍ଷେପ ନେଲେ ଆମେ ଜାଣିନାହୁଁ।”ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ କେସ୍ ନମ୍ବର ୦୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ଅନୁପମଙ୍କୁ ଥାନାରେ ଅଟକ ରଖାଯାଇଛି। ନବରଙ୍ଗପୁରର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷଣ କରୁଛନ୍ତି। ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ଡିଏନକେ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଘଟଣା ଯୌତୁକ ନିର୍ୟାତନାର ବିରୁଦ୍ଧରେ ସମାଜକୁ ଆହ୍ୱାନ ଦେଉଛି, ଯେଉଁଥିରେ ଏକ ଯୁବତୀଙ୍କ ଜୀବନ ହାରିବା ପରି ଦୁଃଖଦ ପରିଣାମ ହୋଇଛି। ତଦନ୍ତର ଫଳାଫଳ ଏବେ ଅପେକ୍ଷାର ବିଷୟ ।
Killed for dowry ; ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











