The Ultimate Managed Hosting Platform
ADVERTISEMENT

Jaundice case : ଜଣ୍ଡିସ ଘଟଣା ; ପିଲାଙ୍କୁ ଘରକୁ ନେବାକୁ ନିଦେ୍ର୍ଦଶ

Facebook
Twitter
LinkedIn

ଖୋର୍ଦ୍ଧା : ନବୋଦୟ ବଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା । ସ୍ଥିତି ପରଖିଲେ ନବୋଦୟ ସମିତି କମିଶନର । ଆସନ୍ତା ୧୪ ପର୍ଯ୍ୟନ୍ତ ପିଲାଙ୍କୁ ଘରକୁ ନେଇ ଯିବାକୁ ନିଦେ୍ର୍ଦଶ । ଏ ନେଇ ନିଦେ୍ର୍ଦଶ ଜାରି କଲେ ନବୋଦୟ ବିଦ୍ୟାଳୟ ପ୍ରିନ୍ସିପାଲ । ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍ ବାହାରୁଛି। ଦୁଇ ମାସ ତଳେ ୧୮ରୋଗୀ ଚିହ୍ନଟ ହୋଇଥିଲେ। ଏ ରୋଗ ଗତବର୍ଷ ନଭେମ୍ବରରୁ ଆରମ୍ଭ ହେଲାଣି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଗଲା ଅକ୍ଟୋବର ବେଳକୁ ପିଲାମାନେ ଛୁଟିରେ ଘରକୁ ଯାଇ ଫେରିଥିଲେ। ସେଥିରୁ କିଛି ପିଲା ଜଣ୍ଡିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହେଲା। ଫଳରେ ଧୀରେ ଧୀରେ ରୋଗ ବ୍ୟାପକ ରୂପ ନେଲା। ଗତ ନଭେମ୍ବର ବେଳକୁ ପ୍ରଥମେ ଛଅ ଜଣ ପିଲାଙ୍କଠାରେ ଏହି ରୋଗ ଚିହ୍ନଟ ହେଲା। ତା’ ପର ମାସ ଡିସେମ୍ବର ବେଳକୁ ଆଉ ୧୩ ଜଣ ଚିହ୍ନଟ ହେଲେ। ଗଲା ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଚିହ୍ନଟ ହୋଇଥିଲେ। କିନ୍ତୁ, ଚଳିତ ଜାନୁଆରି ସୁଦ୍ଧା ରୋଗୀସଂଖ୍ୟା ୪୦କୁ ଛୁଇଁଛି ବୋଲି ବିଦ୍ୟାଳୟର ଷ୍ଟାଫ୍ ନର୍ସ ଶାନ୍ତିଲତା ବସ୍ତିଆ ପ୍ରକାଶ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୦ରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login