କୋରାପୁଟ: ମହଙ୍ଗା ପଡ଼ିଲା ବିଦ୍ୟୁତ ଆଘାତ ଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା । ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଚିଲିଗୁଡ଼ା ଗ୍ରାମରେ । ଏପରି ଏକ ମିଛ ଅଭିଯୋଗ ଆଣିଥିଲେ ମୃତ ଯୁବତୀଙ୍କର ଭାଇ ଓ ଗ୍ରାମବାସି ମାନେ । ତେବେ ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପୋଲିସ୍ ଏହି ମାମଲାର ତଦନ୍ତ କରି ସତ ସାମ୍ନାକୁ ଆଣିଛି । ଏହି ମାମଲାରେ ମିଛ ଅଭିଯୋଗ ଆଣିଥିବା ୪ ଜଣକୁ ପୋଳିସ୍ ଗିରଫ କରିଛି ।
ସୂଚନାନୁଯାୟୀ, ମୃତ ଯୁବତୀ ଜଣକ ତାଙ୍କ ପ୍ରେମୀକଙ୍କୁ ଦେଖା କରିବା ପାଇଁ ଚିଲିଗୁଡ଼ା ଜଙ୍ଗଲକୁ ଯାଇଥିଲେ । ଗ୍ରାମବାସୀମାନେ ସେଠାରେ ବାରହା ଶିକାର କରିବା ପାଇଁ ବିଛାଇଥିବା ବିଦ୍ୟୁତ ତାର ଶଂସ୍ପର୍ଶରେ ଲାଗି ଯୁବତୀଙ୍କକର ମୃତ୍ୟୁ ଘଟିଥିଲା । କିନ୍ତୁ ଗ୍ରାମବାସୀ ଓ ଯୁବତୀଙ୍କ ପରିବାର ଲୋକ ମିଶି ଏହି ଘଟଣାରେ ପ୍ରେମୀକଙ୍କୁ ଫସାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ପ୍ରେମୀକଙ୍କ ଉପରେ ଲଦିଥିଲେ । କିନ୍ତୁ ପୋଲିସ ଏହି ମାମଲାର ତଦନ୍ତ କରି ସତ ଘଟଣାକୁ ସାମ୍ନାକୁ ଆଣିଛି । ଏବଂ ଏହି ମିଛ ଅଭିଯୁଗରେ ସାମିଲ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ସାମିଲ ଥିବା ଜଣାପଟିଛି ।