The Ultimate Managed Hosting Platform
ADVERTISEMENT

ଇଶାନ ଅପହରଣ ମାମଲା; ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡ ଅବଦେନ କଲା ପୋଲିସ

Facebook
Twitter
LinkedIn

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳର ବ୍ୟବସାୟୀଙ୍କ ପୁଅ ଅପହରଣ ମାମଲାରେ ଆଜି ୪ ଅଭିଯୁକ୍ତଙ୍କ ଟି.ଆଇ. (ଟେଷ୍ଟ ଅଫ୍ ଆଇଡିଣ୍ଟିଫିକେସନ) ପରେଡ କରିବ ପୋଲିସ । ଏଥି ସହ ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ତେବେ ଜାନୁଆରୀ ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳର ଏକ ଦୋକାନ ଆମ୍ନାରୁ ବ୍ୟବସାୟୀ ରାମରୂପ ଅଗ୍ରୱାଲଙ୍କ ପୁଅ ଇଶାନଙ୍କୁ ଅପହରଣ କରିନେଇଥିଲେ ଏହି ଦୁର୍ବୃତ୍ତ । ଅପହରଣ କରିବା ପରେ ଦୁର୍ବୃତ୍ତମାନେ ରାମରୂପଙ୍କୁ ପୁଅର ମୁଣ୍ଡ ଜାମିନ ପାଇଁ ୩୦ ଲକ୍ଷ ଟଙ୍କା ମାଗିଥିଲେ ।

ଏ ନେଇ ଖବର ପାଇ ଲକ୍ଷ୍ମୀସାଗର ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା । ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ପ୍ରାୟ ୮୦୦ କିଲୋମିଟର ଗାଡ଼ିରେ ବୁଲିବା ପରେ ଛାତ୍ରଙ୍କୁ ଉଦ୍ଧାର କରିଥିଲା ପୋଲିସ । ତେବେ ପୂର୍ବରୁ ପୋଲିସ ଅଭିଯୁକ୍ତମାନଙ୍କର ଟି.ଆଇ. ପରେଡ଼ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ କୌଣସି କାରଣରୁ ହୋଇପାରି ନଥିଲା । ତେଣୁ ଆଜି ଝାରପଡ଼ା ଜେଲରେ ଅଭିଯୁକ୍ତଙ୍କ ଟି.ଆଇ. ପରେଡ଼ କରିବ ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login