ନୂଆଦିଲ୍ଲୀ : ବାଂଲାଦେଶରେ ଆଇପିଏଲ ପ୍ରସାରଣ ଉପରେ ଲାଗିଲା ବ୍ୟାନ । ବ୍ୟାନ ଲଗାଇଲେ ବାଂଲାଦେଶର ୟୁନୁସ ସରକାର । ମୁସ୍ତାଫିଜୁରଙ୍କୁ କେକେଆର ବାଦ ଦେବାରୁ ପାଲଟା ପଦ କ୍ଷେପ । ଆଇପିଏଲ ଟେଲିକାଷ୍ଟକୁ ବାଂଲାଦେଶରେ ଅନିଶ୍ଚିତକାଳ ପାଇଁ ବ୍ୟାନ୍ କରିଛି ୟୁନୁସ ସରକାର । ଫଳରେ ବାଂଲାଦେଶରେ ଥିବା କ୍ରିକେଟ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଛି । ଆଇପିଏଲ ୧୯ ତମ ସିଜିନରେ ମୁସ୍ତାଫିଜୁରଙ୍କୁ ୯,୨୦ କୋଟିରେ କିଣିଥିଲା କେକେଆର ।
ବାଂଲାଦେଶ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟିଭି ଚ୍ୟାନେଲକୁ ଆଇପିଏଲ ପ୍ରସାରଣ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି । ମନ୍ତ୍ରଣାୟଳ ତରଫରୁ ଏହି ନିର୍ଦ୍ଦେଶ ଟେଲିଭିଜନ ଚ୍ୟାନେଲକୁ ଅଫିସିଆଲ ଚିଠି ଦିଆଯାଇଛି । ଏହାପୂର୍ବରୁ ବାଂଲାଦେଶ ଟି୨୦ ବିଶ୍ବକପ ୨୦୨୬ ପାଇଁ ଭାରତ ଖେଳିବାକୁ ଆସିବାକୁ ମନା କରୁଛି । ଫଳରେ ଆଇସିସି ବାଂଲାଦେଶର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇପାରେ ।
Views: 62











