The Ultimate Managed Hosting Platform
ADVERTISEMENT

IPL ଇତିହାସରେ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ :  କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି ।

Facebook
Twitter
LinkedIn

ସରୁନି ମୁମ୍ବାଇର ପରାଜୟ ପାଳି । ଲଗାତାର ପରାଜୟ ବରଣ କରି ଚାଲିଛି ଆଇପିଏଲର ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ । ଶନିବାର ଲଗାତର ୬ ଥର ପାଇଁ ପରାଜୟ ବରଣ କଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ଷଷ୍ଠ ପରାଜୟ। ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ । ଶନିବାର ମୁମ୍ବାଇର ବ୍ରାବୋର୍ନ୍ ଠାରେ ଖେଳା ଯାଇଥିବା ଆଇପିଏଲର ୨୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟୀ ହୋଇଛି ।

ଏଥିସହ କ୍ୟାପଟେନ୍ କେଏଲ୍ ରାହୁଲଙ୍କ ଟିମ୍, ପଏଣ୍ଟ ତାଲିକାର ପୁଣି ଉପରକୁ ଚଢ଼ିଛି । ରାହୁଲଙ୍କ ଶତକ ତାଙ୍କ ଦଳକୁ ବିଜୟୀ କରିଛି । ଏହି ଦମଦାର ଶତକରେ ୯ ଚୌକା ଓ ୫ ଛକା ଥିଲା। ମାତ୍ର ୬୦ ବଲ୍ ଖେଳି ସେ ଅପରାଜିତ ୧୦୩ ରନ୍ କରିଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୪ ଉଇକେଟ ହରାଇ ୧୯୯ ରନ୍ କରିଥିଲା।ବିଜୟ ଲକ୍ଷ୍ୟ ୨୦୦ ରନର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରମୁଖ ଦୁଇ ବ୍ୟାଟ୍ସ ମ୍ୟାନଙ୍କୁ ଶୀଘ୍ର ହରାଇ ଥିଲା। କିରନ୍ ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ହେଲେ ଟିମ ପରାଜୟରୁ ମୁକାଳି ପାରି ନଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପକ୍ଷରୁ ଅଭେସ କିଶାନ ୩୦ ରନ୍ ଦେଇ ୩ ଉଇକେଟ୍ ନେଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login