The Ultimate Managed Hosting Platform
ADVERTISEMENT

ଏସିଆନ୍ ଚମ୍ପିୟାନ୍ସ ଟ୍ରଫି ମୁକାବିଲାରେ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କଲା ଭାରତ

Facebook
Twitter
LinkedIn

କ୍ରିକେଟର ବଦଲା ହକିରେ ନେଲା ଭାରତ । ଢାକାରେ ଚାଲିଥିବା ଏସିଆନ୍ ଚମ୍ପିଅନ୍ସ ଟ୍ରଫି ମୁକାବିଲାରେ ପାକିସ୍ତାନକୁ କଡା ଜବାବ ଦେଇଛି ଡିଫେଣ୍ଡିଂ ଚାମ୍ପିଅନ ଭାରତ । ୩-୧ ଗୋଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ଏହାପରେ ସେମିଫାଇନାଲରେ ଭାରତର ସ୍ଥାନ ପକ୍କା ହୋଇଛି ।


ଭାରତରୁ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଦେଇଥିବା ବେଳେ ଆକାଶଦୀପ ସିଂହ ଗୋଟିଏ ଗୋଲ୍ ଦେଇଥିଲେ । ଏହି ବିଜୟ ସହ ଭାରତ ତିନୋଟି ମ୍ୟାଚ ଖେଳି ୭ ପଏଣ୍ଟ ହାସଲ କରିଛି । ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ପ୍ରଥମେ ଦୁଇଟି ଗୋଲ୍ ଦେଇ ଭାରତ ଆଗରେ ଥିଲା । ହେଲେ ମ୍ୟାଚର ୪୫ ମିନିଟରେ ପାକିସ୍ତାନର ଜୁନେଦ ମଞ୍ଜୁର ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲେ । ହେଲେ ଚତୁର୍ଥ କ୍ୱାର୍ଟରରେ ୫୩ ମିନିଟରେ ହରମନପ୍ରୀତ୍ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ । ଏହାପରେ ଭାରତ ୩-୧ରେ ପାକିସ୍ତାନ ବିପକ୍ଷରେ ଲିଡ୍ ନେଇଥିଲା । ଖେଳ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ୍ ଡିଫେନ୍ସ କରିବାରୁ ପାକିସ୍ତାନ ଗୋଟିଏ ବି ଗୋଲ୍ ଦେବାରେ ସଫଳ ହୋଇନଥିଲ।। ଏହାପୂର୍ବରୁ ଏହି ଟୁର୍ଣ୍ଣାମେଂଟରେ ଦକ୍ଷିଣ କୋରିଆ ବିରୋଧରେ ଭାରତ ୨-୨ରେ ମ୍ୟାଚ ଡ୍ର ହୋଇଥିଲ।। ଏହାପରେ ବଂଲାଦେଶକୁ ୯-୦ରେ ହରାଇଥିଲ।। ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ରେକର୍ଡ କରିଥିଲ।।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login