ବ୍ୟୁରୋ : ଶୀତଋତୁରେ ହଳଦୀ ପାଣି ପିଇବା ଦ୍ୱାରା ଆପଣ ଫିଟ୍ ଏବଂ ଶକ୍ତିଶାଳୀ ରହିପାରିବେ । ହଳଦୀ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଯାହା ଅନେକ ଗୁଣରେ ପରିପୂର୍ଣ୍ଣ । ଏଥିରେ ଥିବା ଶକ୍ତିଶାଳୀ ଗୁଣ ଅନେକ ରୋଗରୁ ରକ୍ଷା କରିଥାଏ । ବିଶେଷ କରି ହଳଦୀ ପାଣି ଶୀତଦିନେ ଆମ ଶରୀରରେ ରାମବାଣ ଭଳି କାମ କରିଥାଏ । ଯାହା ସକାଳୁ ପିଇବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ହଳଦୀ ଏକ ଏଭଳି ସୁପରଫୁଡ୍ ଯାହାକୁ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏଥିସହିତ ଏହା ଶରୀରକୁ ଭିତରୁ ଗରମ ରଖେ ଏବଂ ଶକ୍ତିରେ ପରିପୂର୍ଣ୍ଣ କରେ । ଯଦି ଆପଣ ଶୀତଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି ତେବେ ନିୟମିତ ସକାଳୁ ହଳଦୀ ପାଣି ପିଇବା ଉଚିତ୍ ।ଏହି ହେଲଦି ଡ୍ରିକ୍ସ କେମିତି ପ୍ରସ୍ତୁତ କରିବେ ତେବେ ଆସନ୍ତୁ ଜାଣିବା । ଏହି ଡ୍ରିଙ୍କ ପାଇଁ ୧ ଚାମଚ କଦଳୀ ପାଉଡର, ୨ କପ୍ ପାଣି, ଅଧା ଚାମଚ ପାନମଧୁରୀ, ୧ ଇଞ୍ଚ ଅଦା, ଗୋଟେ ଚାମଚ ମହୁ, ଟିକେ ଲେମ୍ବୁ ରସ ନିଅନ୍ତୁ । ଏହାପରେ ପ୍ରଥମେ ପାଣି ଫୁଟାନ୍ତୁ । ତା’ପରେ ସେଥିରେ ହଳଦୀ ପାଉଡର, ପାନମଧୁରୀ ଏବଂ ଅଦା ଖଣ୍ଡ ମିଶାନ୍ତୁ । ଏହା ପରେ ଏହାକୁ ଏକ ଗ୍ଲାସରେ ବାହାର କରନ୍ତୁ । ତେଣୁ ଶୀତଦିନେ ପ୍ରତିଦିନ ହଳଦୀ ପାଣି ପିଅନ୍ତୁ । ଏହା ଆପଣଙ୍କୁ ରୋଗରୁ ସୁରକ୍ଷିତ ରଖିବ । କଦଳୀରେ ଥିବା କର୍କୁମିନ୍ ଶରୀରରେ ଥିବା ଫୁଲାକୁ କମାଇଥାଏ । ହଳଦୀ ଆଘାତ, ମାଂସପେଶୀ ଷ୍ଟ୍ରେନ୍ କିମ୍ବା ଗଣ୍ଠି ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେଇଥାଏ ।
In this winter drink haldi water : ଶୀତ ଦିନରେ ହଳଦୀ ପାଣି , ଅନେକ ରୋଗରୁ ଦେବ ମୁକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











