The Ultimate Managed Hosting Platform
ADVERTISEMENT

ପରଲୋକରେ ପାରଳାଖେମୁଣ୍ଡି ରାଜା ଉଦୟନାରାୟଣ ଦେବ

Facebook
Twitter
LinkedIn

ଦିଗପହଣ୍ଡି: ପରଲୋକରେ ପାରଳାଖେମୁଣ୍ଡି ରାଜା ଉଦୟନାରାୟଣ ଦେବ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡିର ରାଜା ଉଦୟନାରାୟଣଙ୍କର ପର ଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପର ଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବୟସାଧିକ କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ । ତେଣୁ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ, ଆଜି ତାଙ୍କର ଦେହାନ୍ତ ହୋଉଛି ।

ସେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ୧୯୭୪,୧୯୭୭ ଓ ୧୯୮୦ ମସିହାରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିହଙ୍ଗ ବିଜ୍ଞାନୀ ଭାବରେ ବିଶ୍ୱରେ ସେ ଖ୍ୟାତି ଅର୍ଜନ କରିଥିଲେ । ବିହଙ୍ଗ ‘ସଂହିତା’ ଭଳି ପରିଚିତ ପୁସ୍ତକ ରଚନା କରିବା ସହିତ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଥିଲେ । ପକ୍ଷୀଙ୍କୁ ଭଲ ପାଇବା ଓ ସେମାନଙ୍କର ଯତ୍ନ ନେବା ନେଇ ସେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରି ବେସ୍ ପରିଚିତି ଲାଭ କରିଥିଲେ ରାଜା ଉଦୟନାରାୟଣ । ତାଙ୍କ ବିୟୋଗରେ ସାନଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login