The Ultimate Managed Hosting Platform
ADVERTISEMENT

ଯଦି କେଶ ପତଳା ଅଛି ତାହାଲେ କେଶକୁ କେମିତି ଘନ କରିବେ? ଜାଣି ରଖନ୍ତୁ ଏହି ସବୁ ଉପାୟ

Facebook
Twitter
LinkedIn

ମଣିଷ ସୁନ୍ଦରତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କେଶ । ସୁନ୍ଦର ଘନ କେଶ ସମସ୍ତଙ୍କୁ ପସନ୍ଦ । ଯେତେବେଳେ ଆମେ ଦେଖୁ ଆମ କେଶ ବହୁତ ପତଳା ହୋଇଯ୍ଧଶ, ସେତେବେଳେ ଆମକୁ ଟିକେ ଦୁଃଖ ଲାଗେ । ଆଉ ଚିନ୍ତାରେ ପଡ଼ିଯାଇ ବିଭିନ୍ନ ପ୍ରକାର ଘରୋଇ ଉପଚାର ସହିତ ଡାକ୍ତର ପରାମର୍ଶ ମଧ୍ୟ କରିଥାଉ । କେଶ ପତଳା ହେବାଦ୍ବାରା କେଶ ଛିଣ୍ଡିବାକୁ ଲାଗେ । କିନ୍ତୁ ଘନ କେଶ ହେଲେ ତାହା କେଶକୁ ମଜବୁତ କରେ ଏବଂ କେଶ ବହୁତ ସୁନ୍ଦର ଦେଖାଯାଏ । କିନ୍ତୁ ଆଜିକାଲି କେଶ ପତଳା ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏମିତି ଅନେକ କାରଣ ଅଛି ଯାହାଦ୍ୱାରା ଆମ କେଶ ପତଳା ହୋଇଥାଏ । ସେଗୁଡିକ ହେଲା :-


୧. ଭିଟାମିନ ମାତ୍ରା କମ ହେଲେ ।

୨.କେଶର ଉପଯୁକ୍ତ ଧ୍ୟାନ ନ ନେଲେ ।

୩.ଷ୍ଟାଇଲ ପାଇଁ ହିଟ୍ ଟୁଲର ବ୍ୟବହାର କଲେ ।

୪. ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସି କେଶ ପତଳା ହେବାର ମୁଖ୍ୟ କାରଣ ।

ତେବେ ଏହାର ଉପଚାର କିପରି କରିବା ଆସନ୍ତୁ ଜାଣିବା ।

ଘନ କେଶ ପାଇଁ ପ୍ରାକୃତିକ ଉପଚାର ନିହାତି ଆବଶ୍ୟକ । ତେବେ ସେହିସବୁ ଉପାୟ ଗୁଡିକ ହେଲା :-

୧.କେଶରେ ଅଣ୍ଡା ଲଗାଇବା ଦ୍ୱାରା କେଶ ଘନ ଓ ମଜବୁତ ହୋଇଥାଏ । ଅଣ୍ଡାର ଧଳା ଅଂଶରେ ପ୍ରୋଟିନ ପ୍ରଚୁର ମାତ୍ରାରେ ଥାଏ । ଯାହା କେଶକୁ ଘନ କରେ ଏବଂ କେଶ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଅଣ୍ଡାର ଧଳା ଅଂଶକୁ ନେଇ ମୁଣ୍ଡରେ ଲଗାନ୍ତୁ । ଅଳ୍ପ ଉଷୁମ ପାଣିରେ ସାମ୍ପୋ କରନ୍ତୁ । କିଛିଦିନ ଏପରି କରିବା ଦ୍ୱାରା ଆପଣ ଫରକ ଅନୁଭବ କରିପାରିବେ ।

୨. ମେଥି କେଶ ବୃଦ୍ଧି କରିବରେ ବହୁତ ସହାୟକ ହୋଇଥାଏ । ଏହା କେଶକୁ ଘନ କରାଇଥାଏ । ମୁଠାଏ ମେଥି ନେଇ ଏକ ପାତ୍ରରେ ଭିଜାଇ ରଖନ୍ତୁ । ୫-୬ ଘଣ୍ଟା ପରେ ଏହାକୁ ବାଟି ଦିଅନ୍ତୁ । ଏହି ପେଷ୍ଟକୁ କେଶରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ଉପଚାର ସପ୍ତାହକୁ ୨-୩ ଥର କରନ୍ତୁ । ଯାହାଦ୍ୱାରା କେଶ ଘନ ହେବା ସହ ମଜବୁତ ମଧ୍ୟ ହୋଇଥାଏ ।

୩. ଅଁଳା ରସ ମଧ୍ୟ କେଶ ପାଇଁ ବହୁତ ଗୁଣକାରୀ । ଏହା କେବଳ କେଶକୁ ଘନ କରେନାହିଁ । ଏହା କେଶକୁ ସୁନ୍ଦର କରିବା ସହିତ କେଶ ବୃଦ୍ଧି ମଧ୍ୟ କରିଥାଏ । କେଶ ମୂଳରେ ଅଁଳା ରସ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ । ପରେ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । କେଶକୁ ଘନ କରିବା ପାଇଁ ସପ୍ତାହକୁ ଦୁଇଥର ଏପରି କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login