The Ultimate Managed Hosting Platform
ADVERTISEMENT

ମା’କୁ କଟୁରୀରେ ହାଣି ହତ୍ୟା କଲା ନିଜ ଜନ୍ମକଲା ପୁଅ

Facebook
Twitter
LinkedIn

କଟକ: ମା’କୁ କଟୁରୀରେ ହାଣୀ ହତ୍ୟା କଲା ନିଜ ଜନ୍ମକଲା ପୁଅ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ତୁଳସୀପୁର ସ୍ଥିତ ଶ୍ରୀ ବିହାର କଲୋନୀରେ । ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ଜଣା ପଡ଼ିଛିି । ମୃତ ମହିଳା ଜଣକ ହେଉଛନ୍ତି କନିକା ରାଜାଙ୍କ ନାତୁଣୀ ବୋହୂ, ୭୫ ବର୍ଷିୟା ପରେଶ କୁମାରୀ ଭଞ୍ଜଦେଓ । ଏ ନେଇ ଖବର ପାଇ ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିବା ସହ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛି ।

ସୂଚନାନୁଯାୟୀ, ହତ୍ୟାକାରୀ ପୁଅର ମାନସିକତା ବିକୃତି ରହିଛି । ସେ ମା’ଙ୍କ ସହ ସବୁବେଳେ ଝଗଡ଼ା କରୁଥିଲା । ପୂର୍ବରୁ ମା’ଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲା ବୋଲି ପରେଶ କୁମାରୀଙ୍କ ଝିଅ ଜୟନ୍ତୀ କହିଛନ୍ତି । ହତ୍ୟାକାରୀ ପୁଅ ନିଜ ମା’ଙ୍କ ସହ ତଳ ମହଲାରେ ରହୁଥିବା ବେଳେ, ଜୟନ୍ତୀ ସେହି ଘର ଉପର ମହଲାରେ ରହୁଥିଲେ । ମା’ଙ୍କ ଠରୁ ହତ୍ୟା ଉଦ୍ୟମ କଥା ଶୁଣିବା ପରେ ସେ ତାଙ୍କୁ ଉପର ମହଲାରେ ନେଇ ନିଜ ପାଖରେ ରଖିଥିଲେ । ଆଜି ସକାଳେ ଘରେ କେହି ନଥିବା ସମୟରେ ସେହି ନୃସଂସ ପୁଅ ଉପର ମହଲାକୁ ଯାଇ ମା’ ପରେଶ କୁମାରୀଙ୍କୁ ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ପରେଶ କୁମାରୀଙ୍କ ଝିଅ ଜୟନ୍ତୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login