ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ହୋଇଛି । ଯେ କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। କେବଳ ବ୍ୟବହାର ଆଧାରରେ କାମୁଡ଼ା କୁକୁରକୁ ଚିହ୍ନିବା ସମ୍ଭବ ନୁହେଁ । ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦ ଦିନ ଭିତରେ ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ୟ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି । କୋର୍ଟ କହିଛନ୍ତି ଯେ, ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି । କୋର୍ଟ କହିଛନ୍ତି ଯେ, କୁକୁରମାନେ କେବଳ କାମୁଡ଼ନ୍ତି ନାହିଁ; ସେମାନେ ଲୋକଙ୍କୁ ମଧ୍ୟ ପିଛା କରନ୍ତି । ଯାହା ଦୁର୍ଘଟଣାର କାରଣ ହୋଇପାରେ । ତେବେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Hearing on stray dogs case : ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ; କେତେବେଳେ ବି କୁକୁର କାମୁଡିପାରେ ପୂର୍ବାନୁମାନ କରିବା ଅସମ୍ଭବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











