ରାଉରକେଲା: ରାଜ୍ୟରେ ଅପରାଧୀ ମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ଅପରାଧ କମିବାର ନାଁ ଧରୁନି । ରାଉରକେଲା ସ୍ଥିତ ଡେଲି ମାର୍କେଟରେ ଦିନ ଦ୍ୱିପ୍ରହରରେ ଫାଙ୍କା ଗୁଳି ଚାଳନା ହୋଇଛି । ସେଠାକାର ଲୋକେ କହିବା ଅନୁଯାୟୀ, ଏହି ଅଞ୍ଚଳର ଦୁଇ ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ଫଳରେ ସେମାନେ ଫାଙ୍କା ଗୁଳିଚାଳନା କରିଥିଲେ । ଖବର ପାଇ ପ୍ଲାଣ୍ଟସାଇଡ଼ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଦୁର୍ବୃତ୍ତମାନେ ଫେରାର ଥିବା ବେଳେ, ସେମାନଙ୍କୁ ଧରିବାକୁ ପେଲିସ ଖୋଳତାଡ଼ କରୁଛି । ତେବେ ପୂର୍ବ ସତୃତାକୁ ନେଇ ଏକରି ଘଟଣା ଘଟାଇଥିବା ଅନୁମାନ କରାଯାଉଛି ।
Views: 87