କୋଲକତା : ରାଜ୍ୟପାଳଙ୍କୁ ବୋମାରେ ଉଡାଇବା ନେଇ ଇମେଲରେ ଆସିଥିଲା ଧମକ । ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ମିଳିଛି ହତ୍ୟା ଧମକ । ଗୃହମନ୍ତ୍ରୀଙ୍କୁ ସୂଚିତ କରିବା ସହ ସୁରକ୍ଷା ଦାୟିତ୍ୱରେ ସିଆରପିଏଫ ଯବାନ । ବୋମା ଧମକ ମିଳିବା ପରେ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବୋମା ଆକ୍ରମଣ ଧମକ ପରେ ଗତ ମଧ୍ୟରାତ୍ରିରେ ସୁରକ୍ଷା ବାହିନୀର ଏକ ଜରୁରୀକାଳୀନ ବୈଠକ ମଧ୍ୟ ବସିଥିଲ ।
Views: 33











