The Ultimate Managed Hosting Platform
ADVERTISEMENT

ମୋ ଗାଇ ଫେରାଇ ଦିଅ, ନହେଲେ ଜୀବନ ହାରିଦେବି

Facebook
Twitter
LinkedIn

ସୋନପୁର: ମଣିଷ ଓ ପ୍ରାଣୀଙ୍କ ମଧ୍ୟରେ ନିବିଡ଼ତା ଦେଖିଥିବେ ନିଶ୍ଚୟ । ଏ ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷକୁ ଚିହ୍ନୁ ନଥିବା ବେଳେ, ମଣିଷ ଓ ପ୍ରାଣୀ ମଧ୍ୟରେ ଏକ ନିବିଡ଼ ସମ୍ପର୍କର ଏକ ଉଦାହରଣ ଦେଖିବାକୁ ମିଳିଛି ଜଣେ ବାସହୀନ ବୃଦ୍ଧା ମହିଳାଙ୍କ ଠାରେ । ‘ମୋତେ ମୋ ଗାଇ ଫେରାଇ ଦିଅ, ନହେଲେ ମୁଁ ମୋ ଜୀବନ ହାରିଦେବି’ । ଏପରି କହି ଜିଳ୍ଲା ପାଳଙ୍କ ଗାଡ଼ି ଆଗରେ ଶୋଇ ଭୋ ଭୋଇ ହୋଇ କାନ୍ଦି ଗୁହାରି କରିଛନ୍ତି ଜଣେ ବୃଦ୍ଧା ମହିଳା । ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ ।

ସୂଚନାନୁଯାୟୀ, ତରାସ ବାଘ ନାମକ ଜଣେ ବାସହିନ ବୃଦ୍ଧା ମହିଳା ସୁବର୍ଣ୍ଣପୁର ସହରେ ରହନ୍ତି । କେକେବେଳେ ବସ୍ ଷ୍ଟାଣ୍ଡରେ ତ କେତେବେଳେ ମେଡିକାଲ ବାରଣ୍ଡାରେ ଶୋଇପଡ଼ନ୍ତି । ନିଜେ ଦିନକୁ ଦୁଇମୁଠା ଖାଇବାକୁ ପାଉନଥିବା ବେଳ, ଦିନ ସାରା ବୁଲି ଯାହା ଖାଦ୍ୟ ସଂଗ୍ରହ କରନ୍ତି ସେଥିରୁ ନିଜେ ଖାଇବା ସହ ବାକି ଖାଦ୍ୟ ବୁଲା ଗାଇଙ୍କୁ ଖାଇବାକୁ ଦେଇଥା’ନ୍ତି । ଏହିଭଳି ତାଙ୍କର ଏକ ଗାଇ ସହ ନିବିଡ଼ତା ବଢ଼ିଯାଇଥିଲା । ଏପରିକି ତରାସ ସେହି ଗାଇ ସହ ଗୋଟିଏ ପାତ୍ରରେ ଖାଦ୍ୟ ଖାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ହେଲେ ସୁବର୍ଣ୍ଣପୁର ସହରରେ ବୁଲା ଗାଇ ସଂଖ୍ୟା ବଢ଼ିବା ପରେ ଦିନକୁ ଦିନ ରାସ୍ତା ଜାମ୍ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଥିଲା । ତେଣୁ ପ୍ରଶାସନ ପକ୍ଷରୁ ଗାଇମାନଙ୍କୁ ନେଇ କାଞ୍ଜିଆହୋଦାରେ ଛଡ଼ିଦିଆଯାଇଛି । ସେଥି ମଧ୍ୟରେ ତରାସଙ୍କର ସେହି ଗାଇ ମଧ୍ୟ ରହିଛି । ଯାହାକୁ ନେଇ ଗତ ଦୁଇ ମାସ ଧରି ପ୍ରଶାସନିକ କାର୍ଯ୍ୟାଳୟରେ ଚକର କାଟୁଛନ୍ତି ବୃଦ୍ଧା ଜଣକ । ଏ ନେଇ ସେ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ । ଏଥିରେ କୌଣସି ସମାଧାନ ନହେବାରୁ ଶେଷରେ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଆସିଥିବାର ଦେଖି, ସେ ଜିଲ୍ଲାପାଳଙ୍କ କାର ସମ୍ମୁଖରେ ଶୋଇ ଭୋ ଭୋ ହୋଇ କାନ୍ଦିବା ସହ ତାଙ୍କ ଗାଇ ଫେରାଇଦେବାକୁ ବିନତି କରିଛନ୍ତି । ଶେଷରେ ଗାଇ ପ୍ରତି ଥିବା ନିବିଡ଼ତା ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ଜିଲ୍ଲାପାଳ । ଏଥିସହ ତରାସଙ୍କୁ ତାଙ୍କ ଗାଇ ଫେରାଇଦେବାକୁ ପ୍ରତିସୃତି ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ ଅବଲି ସୁନୀଲ ନରୱାନେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login