The Ultimate Managed Hosting Platform
ADVERTISEMENT

ରାଜ୍ୟରେ ପୁଣି ୪ ଜଣକ ଜିବନ ନେଲା କରୋନା; ସଂକ୍ରମିତ ସଂଖ୍ୟା ଅଜି ବି ୧୦ ହଜାର ପାର

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣ କରୋନାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ କଟକରୁ ଜଣେ, ଭଦ୍ରକରୁ ଜଣେ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

ତେବେ ରାଜ୍ୟରେ ଲଗାତାର ଦୁଇ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର୯୬୨ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍‌ରେ ୪ ହଜାର ୩୧୧ ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୫ ଜଣ ୧୮ ବର୍ଷରୁ କମ୍ ବର୍ଗର ଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।

ଆଜି ମଧ୍ୟ ଆକ୍ରନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ୩୪୦, ବାଲେଶ୍ବରରୁ ୪୫୭, ପୁରୀରୁ ୨୬୯, ଝାରସୁଗୁଡାରୁ ୨୦୨, ବଲାଙ୍ଗୀରରୁ ୧୯୧, ଯାଜପୁରରୁ ୧୪୩, କୋରାପୁଟରୁ ୧୮୬, ଗଞ୍ଜାମରୁ ୫୫, ଜଗତସିଂହପୁର ୧୩୨, ଭଦ୍ରକରୁ ୧୦୨, ରାୟଗଡ଼ାରୁ ୧୮୩, କଳାହାଣ୍ଡିରୁ ୨୦୩, ନବରଙ୍ଗପୁରରୁ ୧୨୫, କେନ୍ଦୁଝରରୁ ୧୧୪, ସୋନପୁରରୁ ୧୩୨, ନୟାଗଡ଼ରୁ ୧୨୧, ଗଜପତିରୁ ୧୨୬, ବରଗଡ଼ରୁ ୧୦୨, ନୂଆପଡାରୁ ୪୫, କେନ୍ଦ୍ରାପଡାରୁ ୭୪, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୮୫, କନ୍ଧମାଳରୁ ୨୬, ଦେବଗଡ଼ରୁ ୨୩, ମାଲକାନଗିରିରୁ ୩୦, ବୌଦ୍ଧରୁ ୨୪ ଓ ଷ୍ଟେଟପୁଲରୁ ୭୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୪୪୭ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login