The Ultimate Managed Hosting Platform
ADVERTISEMENT

ବାଘ ଛାଲ ବେପାରୀଙ୍କ ଡିଲ ବେଳେ ବନବିଭାଗର ଚଢ଼ାଉ; ଜଣେ ଗିରଫ

Facebook
Twitter
LinkedIn

ଗଜପତି: ରାଜ୍ୟ ସରକାର ବନ୍ୟଜନ୍ତୁ ଶିକାର ଉପରେ ରୁକ୍ ଲାଗାଇଥିବା ବେଳେ, ଅବାଧରେ ଶିକାର କରିବାରେ ଲାଗିଛନ୍ତି ଶିକାରୀମାନେ । ବାଘ ଛାଲ ବିକ୍ରି ପାଇଁ ଡିଲ କରୁଥିବା ସମୟରେ ଅଚାନକ ଚଢ଼ାଉ କରିଥିଲା ବନ ବିଭାଗ । ଏହି ଚଢ଼ାଉରେ ଏକ କଲରାପତ୍ରିଆ ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରିଛି ବନ ବିଭାଗ । ଗରଫ ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଥାନା ଖମାରି ସାହି ଗ୍ରାମର ପବିତ୍ର ଲିମା । ଆର୍‌. ଉଦୟଗିରି ଥାନା କୁଆପଡ଼ା ଓ ପୁଲପାଣି ରାସ୍ତା ନିକଟରେ ବାଘ ଛାଲ ଡିଲ୍ ଚାଲିଥିବା ନେଇ ସୂଚନା ପାଇଥିଲା ବନ ବିଭାଗ । ତେଣୁ ଏସ୍‌ଟିଏଫ୍ ସହ ବନ ବିଭାଗ ମିଳିତ ଚଢ଼ାଉ କରିଥିଲା ।

ତେବେ ଗତ କିଛି ଦିନ ହେବ ଗଞ୍ଜାମ ଓ ଗଜପପତି ସିମାନ୍ତ ଅଞ୍ଚଳରେ ଏକ ଗ୍ୟାଙ୍ଗ ବାଘ ଛାଲ ବେପାର କରୁଥିବା ଖବର ପାଇ ବନ ବିଭାଗ ସେମାନଙ୍କୁ ଧରିବାକୁ ଯୋଜନା କରିଥିଲା । ଏହି ମାମଲାରେ ଆଉ କେଉଁମନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଭିଯୁକ୍ତକୁ ପଚରା ଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login