ନୂଆଦିଲ୍ଲୀ : ଆମେରିକା ଇତିହାସରେ ସବୁଠୁ ଇଙ୍ଗ ବିପର୍ଯ୍ୟୟ । ୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଆମେରିକାରେ ଆତଙ୍କ ସାଜିଛି ୱାଇଲ୍ଡ ଫାୟାର । ଦକ୍ଷିଣ କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁ ଗୋଟିକ ପରେ ଗୋଟିଏ ସହରକୁ ବ୍ୟାପିବାରେ ଲାଗିଛି । ୨୯ ହଜାର ହେକ୍ଟରରୁ ଅଧିକ ଅଞ୍ଚଳ ନିଆଁ ଲାଗି ଛାରଖାର ହୋଇଛି । ୧ ଲକ୍ଷ ୩୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ଘର ଛାଡ଼ିସାରିଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବ୍ୟାପି ଚାଲିଥିବା ଜଙ୍ଗଲ ନିଆଁ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସମୁଦ୍ର ପଟୁ ପ୍ରାୟ ୧୧୨ କିଲୋମିଟର ବେଗରେ ପବନ ବୋହୁଥିବାରୁ ନିଆଁକୁ ଆୟତ୍ତ କରିବା ସ୍ଥାନୀୟ ଅଗ୍ନିଶମ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି । ନିଆଁ ଲିଭା କାର୍ୟ୍ୟରେ ୪୦୦ ଦମକଳ ବାହିନୀ ନିୟୋଜିତ ଅଛି । ନିଆଁକୁ ଆୟତ୍ତ କରିବାକୁ ୩୦ ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ଏଭଳି ସ୍ଥିତିରେ ୱାଇଲ୍ଡ ଫାୟାର ଇମରଜେନ୍ସି ଘୋଷଣା କରିଛି କାଲିଫର୍ଣ୍ଣିଆ । ନିଆଁରୁ ଉପରାଷ୍ଟ୍ରପତି କମଳା ହାରିସଙ୍କ ସମେତ ହଲିଉଡ୍ ମଧ୍ୟ ବାଦ ପଡ଼ିନାହିଁ । ହଲିଉଡ୍ ହିଲକୁ ନିଆଁ ବ୍ୟାପିଥିବା ବେଳେ ଆଖପାଖରେ ରହୁଥିବା ବହୁ ସେଲିବ୍ରିଟିଙ୍କ ଘର ମଧ୍ୟ ଜଳି ପାଉଁଶ ହୋଇଯାଇଛି । ପ୍ୟାରିସ୍ ହିଲଟନ, ଜେମି ଲି କର୍ଟିସ୍, ଟମ୍ ହ୍ୟାଙ୍କସ୍ ଓ ମ୍ୟାଣ୍ଡି ମୁରଙ୍କ ଭଳି ସେଲିବ୍ରିଟିଙ୍କ ଘର ପ୍ରତି ବିପଦ ରହିଛି ।
Fires rage in los Angeles : ଲସ ଏଞ୍ଜଲେସ ନିଆଁରେ ୪ ଲକ୍ଷ କୋଟିର ସମ୍ପତ୍ତି ପାଉଁଶ, ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଲାଣି

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...