The Ultimate Managed Hosting Platform
ADVERTISEMENT

Fire breaks out in mumbai : ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ

Facebook
Twitter
LinkedIn

ମୁମ୍ବାଇ : ଗୋରଗାଓଁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ପ୍ରାୟ ଭୋର ୩ଟା ସମୟରେ ଘଟିଥିବା ଜଣାପଡିଛି । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପର୍ୟ୍ୟନ୍ତ ନିଆଁ ନିୟନ୍ତ୍ରଣ କରାଯାଇଥିଲା । ଦୀର୍ଘ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ସୂଚନାନୁଯାୟୀ, ପ୍ଲସ-ୱାନ ମହଲା ବିଶିଷ୍ଟ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ସମଗ୍ର ଘରେ ବ୍ୟାପିଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ତାର ଛିଣ୍ଡି ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ୟ୍ୟ ପାଇଁ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଇଥିଲା । ପୋଲିସ ଏବଂ ଘରୋଇ ଗାଡ଼ି ଦ୍ୱାରା ଭିତରେ ଫସି ରହିଥିବା ଲୋକଙ୍କୁ ନିଆଁରୁ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ ହସ୍ପିଟାଲ ପଠାଯାଇଥିଲା । କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login