The Ultimate Managed Hosting Platform
ADVERTISEMENT

ଗିରଫ ହେବା ଭୟ; ସର୍ତ୍ତମୂଳକ ଜାମିନ ପାଇଲେ ସାଂସଦ ଜୁଏଲ ଓରାମ

Facebook
Twitter
LinkedIn

କଟକ: ସର୍ତ୍ତମୂଳକ ଜାମିନ ପାଲଲେ ସାଂସଦ ଜୁଏଲ୍ ଓରାମ । ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ମହିଳା କର୍ମୀ ଜଣକ ଝିରପାଣି ଥାନାରେ ଏତଲା ଦେଇଥିଲେ । ଏ ନେଇ ପୋଲିସ ପକ୍ଷରୁ ମାମଲାର ତଦନ୍ତ ଚାଲିଥିବା ବେଳେ, ଆଗୁଆ ଜାମିନ ପାଇଁ ଜୁଏଲ୍ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ । ତେବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।

ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ଗୌରୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ନିବେଦନ କରିବାକୁ ଜୁଏଲଙ୍କୁ ଫୋନ୍ କରିଥିଲେ । କିନ୍ତୁ ଜୁଏଲ ତାଙ୍କୁ ସମର୍ଥନ ବଦଳରେ ଫୋନରେ ଦୁର୍ବ୍ୟବହାର କରିଥିଲେ । ଏହି ଅଭିଯୋଗରେ ଗୌରୀ ରାଉରକେଲା ସେକ୍ଟର- ୩ ରେ ଥିବା ବିଜେପି ପାର୍ଟି ଅଫିସରେ ଭଙ୍ଗାରୁଜା କରିବା ସହ ପୋଲିସରେ ଅଭିଯୋଗ କରିଥିଲେ । ଏ ନେଇ ଦଫା ୨୯୪ ଓ ୫୦୯ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରୁଛି ଝିରପାଣି ପୋଲିସ । ଏହି ମାମଲାରେ ଗିରଫ ହେବା ଭୟରେ ଆଗୁଆ ଜାମିନ ଅବେଦନ କରିଥିଲେ ଜୁଏଲ । ତେବେ ତାଙ୍କୁ ହାଇକୋର୍ଟ ଏକ ସର୍ତ୍ତମୂଳକ ଜାମିଦ ପ୍ରଦାନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login