The Ultimate Managed Hosting Platform
ADVERTISEMENT

ନକଲି ଡାକ୍ତରି ଛାତ୍ରଙ୍କ ଧରା ପଡ଼ିଲା ଲୁଟ୍ ଫର୍ମୁଲା,୧୫୦ ରୁ ଉର୍ଦ୍ଧ ଯୁବତୀଙ୍କୁ ଲୁଟି ସାରିଲାଣି

Fake medical student caught looting formula, looting more than 150 young women
Facebook
Twitter
LinkedIn

ଭୁବନେଶ୍ୱର: ନିଜକୁ ଡାକ୍ତରି ଛାତ୍ରର ପରିଚୟ ଦେଇ ୧୫୦ରୁ ଅଧିକ ଯୁବତୀଙ୍କୁ ଠକିବା ପରେ ଶେଷରେ ଧରା ପଟିଲା ଠକ ପ୍ରେମିକ । ଏହି ହାଇ ପ୍ରୋଫାଇଲ୍‌ର ଲୋଟେରା ପ୍ରେମୀକ ମାତ୍ର ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିବା ବେଳେ,ନିଜ ଫେସ୍‌ବୁକ୍ ପ୍ରୋଫାଇଲ୍‌ରେ ଏମକେସିଜି ର ଡାକ୍ତରୀ ଛାତ୍ର ବୋଲି ଉଲ୍ଲେଖ କରିଥିଲା । ଏହା ସହିତ ହାଇ ଷ୍ଟାଇଲ୍‌ର ପୋସାକ ସାଙ୍ଗକୁ ହିରୋମାର୍କା ଲୁକ୍ ଦେଖି ଝିଅମାନେ ବି ତା ପ୍ରେମରେ ପାଗଳ ହୋଇଯାଉଥିଲେ । ଏହାର ସୁଯୋଗ ନେଇ ପ୍ରେମୀକ ଜଣକ ସେହି ଝିଅମାନଙ୍କୁ କେତେବେଳେ ମଲ୍ ନେଇ ଯାଉଥିଲା ତ କେତେବେଳେ ହୋଟେଲ୍ । ମଲ୍ ନେଇ ଝିଅମାନଙ୍କୁ ଭଳିକି ଭଳି ଡ୍ରେସ୍ ଗିଫ୍ଟ କରିଥାଏ । ଯାହାକୁ କିଣିକା ପୂର୍ବରୁ ଝିଅମାନେ ଟ୍ରାଏଲ୍ ପାଇଁ ପ୍ରେମୀକ ହାତରେ ମୋବାଲ୍ ଓ ପର୍ସ ଧରାଇଦେଇ ଟ୍ରାଏଲ୍ ରୁମ୍‌କୁ ଯାଇଥା’ନ୍ତି । ଏହି ସୁଯୋଗରେ ମୋବାଇଲ୍ ଓ ପର୍ସ ଧରି ଚମ୍ପଟ ମାରିଥାଏ ଏହି ଠକ ପ୍ରେମୀକ ।

Fake medical student caught looting formula, looting more than 150 young women


ସେହିପରି ହୋଟେଲକୁ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ଖୁଆଇବାକୁ ତଥାକଥିତ ପ୍ରେମିକାଙ୍କୁ ନେଇ ଯାଉଥିଲା । ଏପରିକି ଯୁବତୀଜଣକ ମଝିରେ ୱାଶରୁମ୍କୁ ଯିବା ବେଳେ ଏହି ସୁଯୋଗକୁ ହାତ ଛଡ଼ା କରି ନଥାଏ । ସମ୍ପୃକ୍ତ ଯୁବତୀଙ୍କ ମୋବାଇଲ, ପର୍ସ ଧରି ଏରିଆ ଛାଡ଼ି ଚମ୍ପଟ ମାରିଥାଏ । ପ୍ରେମ ଜାଲରେ ଫସାଇ ପାଖାପାଖି ଦେଢଶରୁ ଅଧିକ ଯୁବତୀଙ୍କୁ ଏପରି ଲୁଟି ସାରିଛି ଏହି ଠକ ପ୍ରେମୀକ ।


ସୂଚନନୁଯାୟୀ, ଏହି ନକଲି ଡାକ୍ତରୀ ଛାତ୍ର ଜଣକୁ ହେଲେ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ପ୍ରଭାସ ରାଜ । ଯାହା ନାମନେ ଏହି ଲୁଟ୍ ଅଭିଯୋଗ ପରେ ସହିଦ ନଗର ପୋଲିସ୍ ଗିରଫ କରିଛି । ପୂର୍ବରୁ କଟକ ବାଦାମବାଡ଼ି ଓ ଜଗତପୂର ଥାନାରେ ଏକାଧିକୁ ମାମଲା ରହିଥିବା ବେଳେ ତିନି ଥର ଗିରଫ ମଧ୍ୟ ହୋଇ ସାରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login