The Ultimate Managed Hosting Platform
ADVERTISEMENT

ଜ୍ୟାକଲିନ ଓ ନୋରାଙ୍କ ଦାମୀ ଉପହାର ଉପରେ ଇଡିର ନଜର

Facebook
Twitter
LinkedIn

ନୁଆଦିଲ୍ଲୀ: ଜ୍ୟାକଲିନ ଓ ନୋରା ପାଇଥିବା ସମସ୍ତ ଦାମୀ ଉପହାର ଜବତ କରିବ ଇଡି । ଏହାକୁ ନେଇ ବଢ଼ିବାରେ ଲାଗିଛି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ । ଆର୍ôଥକ ଜାଲିଆତିକୁ ମାମଲାରେ ଚନ୍ଦ୍ରଶେଖରଙ୍କ ଠାରୁ ଜ୍ୟାକଲିନ ପାଇଥିଲା ସମସ୍ତ ଦାମୀ ଉପହାରକୁ ଜବତ କରିବ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ । ସୁକେଶ ୨୦୨୦ ରୁ ୨୦୨୧ ଅଗଷ୍ଟ ମଧ୍ୟରେ ଜ୍ୟାକଲିନଙ୍କୁ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି । ତେବେ ଦୁଇ ହଳ ହୀରାର ରିଙ୍ଗ, ୨ଟି ଦାମୀ ବ୍ରେସଲେଟ୍‌, ୩ଟି ବିର୍କିନ୍ ବ୍ୟାଗ୍‌, ୨ଟି ଗୁସି ବ୍ୟାଗ୍‌, ଗୋଟିଏ ବହୁରଙ୍ଗୀ ବେସଲେଟ୍ ସୁକେସଙ୍କ ଠାରୁ ଗ୍ରହଣ କରିଥିବା କଥା ଜ୍ୟାକଲିନ ସ୍ୱୀକାର କରିଥିବା ଜଣାପଡ଼ିଛି ।

କିନ୍ତୁ ସୁକେସ ଏ ନେଇ ମତ ରଖିଛନ୍ତି ଯେ, ସେ ଜ୍ୟାକଲିନଙ୍କୁ ୧୫ ହଳ କାନଫୁଲ ଓ ରିଙ୍ଗ, ୫ଟି ବିର୍କିନ ବ୍ୟାଗ୍‌, ଗୁସିର ବିଭିନ୍ନ ସାମଗ୍ରୀ କାର୍ଟିୟର ଚୁଡି ଓ ରିଙ୍ଗ, ଟିଫାନି ଆଣ୍ଡ କମ୍ପାନୀର ଏକ ବ୍ରେସଲେଟ ଓ ଅନେକ ରୋଲେକ୍ସ ଘଡି ସମେତ ୭ କୋଟି ଟଙ୍କାର ଅଳଙ୍କାର, ଏସ୍ପୁଏଲା ନାମକ ଏକ ଦାମୀ ଘୋଡା, ୪ଟି ପାର୍ସୀ ବିଲେଇ ଉପହାର ଦେଇଥିଲେ । ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କଠାରୁ ଅଭିନେତ୍ରୀ ନୋରା ଫତେ ଏକ ଦାମୀ ବିଏମଡବ୍ଲୁ କାର୍ ଗିଫ୍ଟ ସ୍ୱରୂପ ପାଇଥିଲେ ବୋଲି ତଦନ୍ତରୁ ଇଡି ଜାଣିବାକୁ ପାଇଛି । ବିଭିନ୍ନ ଉପାୟରେ ଠକେଇ କରାଯାଇଥିବା ଅର୍ଥକୁ ବ୍ୟବହାର କରି ଏହି ଗିଫ୍ଟ ଦିଆଯାଇଥିଲା ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି । ତେବେ ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛିି ଇଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login