The Ultimate Managed Hosting Platform
ADVERTISEMENT

Ed filed a petition against mamata : ମମତାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

Facebook
Twitter
LinkedIn

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି । ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ସେମାନଙ୍କ କାମରେ ବାଧା ସୃଷ୍ଟି କରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଇଡି ଅଭିଯୋଗ କରିଛନ୍ତି । ଗତ ୮ ତାରିଖରେ I-PAC ଉପରେ ଚଢ଼ାଉ କରୁଥିବା ସମୟରେ ମମତା ବାନାର୍ଜୀ ଓ ପୋଲିସ ସେଠାରେ ପହଞ୍ଚି ED ଅଧିକାରୀଙ୍କୁ କାମ କରିବାକୁ ଦେଇନଥିଲେ ବୋଲି ଅଭିଯୋଗ ହୋଇଛି । ED କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସ ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବରଦସ୍ତି ନେଇଯାଇଛନ୍ତି । ED ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ DGP ରାଜୀବ କୁମାର ଏବଂ କୋଲକାତା ପୋଲିସ କମିଶନରଙ୍କ ବିରୋଧରେ CBI ତଦନ୍ତ ପାଇଁ ଦାବି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login