ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଜାପାନ । ୬ ଦଶମିକ ୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଜାପାନର ପଶ୍ଚିମ ଭାଗରେ ଥିବା ଶିମାନେ ପ୍ରଦେଶରେ ଥିଲ । ଭୂକମ୍ପ ଯୋଗୁଁ କିଛି ସ୍ଥାନରେ ଘରର କାନ୍ଥ ଫାଟିଯିବା ସହ ଜିନିଷପତ୍ର ଖସିପଡ଼ିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଚାଲିଛି । ଭୂକମ୍ପ ପରେ ସୁନାମି ଆସିବାର କୌଣସି ବଡ଼ ବିପଦ ନାହିଁ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କିଛି ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି ।
Views: 59











